ନୂଆଦିଲ୍ଲୀ: ଭୁଲ ଟୁଇଟ କରିବାକୁ ନେଇ ହେଉ କି ଫିଲ୍ମର ଟ୍ରେଲରକୁ ନେଇ ହେଉ ଅନେକ ସମୟରେ କଳାକାରମାନେ ସମାଲୋଚନାର ଶିକାର ହେଉଥିବାର ଦେଖାଯାଏ। ଏବେ ସେଭଳି କିଛି ଘଟିଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ସହ। ଗଣତନ୍ତ୍ର ଦିବସ ଅବସରରେ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଦେବାକୁ ଯାଇ ସେ କରିଥିବା ଭୁଲ ପାଇଁ ତାଙ୍କୁ ଟ୍ରୋଲ କରାଯାଇଛି। ଗଣତନ୍ତ୍ର ଦିବସ ପରିବର୍ତ୍ତେ ପ୍ରଥମେ ଶିଳ୍ପା ସ୍ବତନ୍ତ୍ରତା ଦିବସର ଶୁଭେଚ୍ଛା ଦେଇଥିଲେ। ପରେ ନିଜର ଭୁଲ ବୁଝିପାରି ସେ ଟୁଇଟକୁ ଠିକ କରି ଗଣତନ୍ତ୍ର ଦିବସର ଶୁଭେଚ୍ଛା ଦେଇଥିଲେ।
ପ୍ରଥମ ଟୁଇଟରେ ଶିଳ୍ପା ଲେଖିଥିଲେ ଯେ, ୭୨ତମ ସ୍ବତନ୍ତ୍ରତା ଦିବସର ହାର୍ଦ୍ଧିକ ଶୁଭକାମନା। ପ୍ରତ୍ୟେକ ଭାରତୀୟଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା। ଆମର ସମ୍ବିଧାନ ଆମକୁ ଦେଇଥିବା ଅଧିକାର ଏବଂ କର୍ତ୍ତବ୍ୟକୁ ସମର୍ଥନ କରିବାକୁ ସଂକଳ୍ପ ନେବା। କେବଳ ନିଜ ପାଇଁ ନୁହେଁ, ଆମର ପ୍ରତ୍ୟେକ ନାଗରିକଙ୍କ ପାଇଁ ମଧ୍ୟ। ଜୟ ହିନ୍ଦ!
ହେଲେ ପରେ ନିଜର ଭୁଲ ବୁଝିପାରି ସେ ସ୍ବତନ୍ତ୍ରତା ଦିବସ ସ୍ଥାନରେ ଗଣତନ୍ତ୍ର ଦିବସ ଲେଖିଥିଲେ। କିନ୍ତୁ ସେତବେଳକୁ ତାଙ୍କ ଭୁଲ ଲୋକେ ଦେଖିସାରିଥିଲେ। ଟୁଇଟ ବଦଳାଇଥିଲେ ମଧ୍ୟ ଟୁଇଟର ବ୍ୟବହାରକାରୀ ଟୁଇଟର ସ୍କ୍ରିନସଟ ନେଇ ପରେ ତାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି।
Bahattarwe (72nd) Gantantra Diwas ki dheron shubhkaamnayein. Happy Republic Day to every Indian.
Let’s pledge to uphold the rights & duties that our constitution has given us… not only for ourselves, but also for each of our fellow citizens 🧡🤍💚
Jai Hind! 🇮🇳 #RepublicDay pic.twitter.com/4hvAU6SCFe— SHILPA SHETTY KUNDRA (@TheShilpaShetty) January 26, 2021