ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଅଧିକାଂଶ ସମୟ ବେଶ ଚର୍ଚ୍ଚାରେ ରହିବା କଥା କାହାକୁ ଅଛପା ନାହିଁ। ତେବେ ଏଥର ଲକ୍ଡାଉନରେ ପୁଅ ତାଙ୍କ ଗୋଡ଼ ମୋଡ଼ୁଥିବାର ଭିଡିଓ ସେ ସେୟାର କରିଛନ୍ତି। ଶିଳ୍ପା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ ନିଜ ପୁଅ ବିୟାନଙ୍କୁ ତାଙ୍କ ଗୋଡ଼ ମୋଡ଼ିବା ପାଇଁ କହୁଛନ୍ତି। ଏହାର ପ୍ରତିବଦଳରେ ସେ ବିୟାନଙ୍କୁ କେକ୍ ଦେବା କଥା ମଧ୍ୟ କହୁଛନ୍ତି। ଶିଳ୍ପା କହିଛନ୍ତି, ମୋ ମା’ ଯେ ଏହି ଭିଡିଓଟି ପ୍ରସ୍ତୁତ କରୁଥିଲେ ତାହା ମୁଁ ଜାଣିନଥିଲି। ମାତ୍ର ମା’ ବହୁତ ଭଲ ମୁହୂର୍ତକୁ କ୍ୟାମେରାରେ କଏଦ କରିଛନ୍ତି। ପିଲାମାନଙ୍କ ଆବଶ୍ୟକତାକୁ ଅନୁଭବ କରିବା ପାଇଁ ଏହା ମତେ ସହାୟ ହୋଇଛି ବୋଲି ମଧ୍ୟ ସେ କହିଛନ୍ତି। ନିଜ ପୁଅର ପ୍ରଶଂସା କରିବାକୁ ମଧ୍ୟ ସେ ଭୁଲିନାହାନ୍ତି। ଶିଳ୍ପାଙ୍କର ଏହି ଭିଡିଓ ତାଙ୍କର ବହୁତ ପ୍ରଶଂସକ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ କରୋନା ମୁକାବିଲା ପାଇଁ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ୨୧ ଲକ୍ଷ ଟଙ୍କାର ଦାନ ପ୍ରଦାନ କରିଛନ୍ତି।
ଶିଳ୍ପା ସେଟ୍ଟୀଙ୍କ ଧ୍ୟାନ ରଖୁଛି ପୁଅ
/sambad/media/post_attachments/wp-content/uploads/2020/04/ss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)