ମୁମ୍ବାଇ: ଜଷ୍ଟିସ୍ ହେମା କମିଟି ରିପୋର୍ଟ ଆସିବା ପରଠାରୁ ମାଲାୟାଲମ୍, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ କଳାକାର ‌ଯୌନ ନିର୍ଯାତନା ଶିକାର ହୋଇଥିବା ନେଇ ଖୁଲାସା କରିବାରେ ଲାଗିଛନ୍ତି।  ବର୍ତ୍ତମାନ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶିଳ୍ପା ସିନ୍ଦେ ଅଭିଯୋଗ କରିଛନ୍ତି ଯେ ତାଙ୍କ କ୍ୟାରିୟର ଆରମ୍ଭରେ ଜଣେ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।

Advertisment

'ଭାବିଜୀ ଘର ପର ହେ'ରେ ଅଙ୍ଗୁରି ଭାବି ଭୂମିକାରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଶିଳ୍ପା ସିନ୍ଦେ ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮ ଶୋଶାକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ଦାବି କରିଛନ୍ତି ଯେ ଥରେ ତାଙ୍କୁ ଏକ ଅଡିସନ ନାମରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ କୁହାଯାଇଥିଲା।

ଶିଳ୍ପାଙ୍କ କହିବା ମୁତାବକ, “ଇଣ୍ଡଷ୍ଟ୍ରିରେ ସଂଘର୍ଷ କରୁଥିବା ସମୟରେ ମୋ ସହ ଏଭଳି ଘଟିଥିଲା। ୧୯୯୮-୯୯ରେ ଏସବୁର ସାମ୍ନା ମୋତେ କରିବାକୁ ପଡ଼ିଥିଲା । ମୁଁ କ‌ାହାର ନାମ ନେଇ ପାରିବି ନାହିଁ । କିନ୍ତୁ ସେ ମୋତେ କହିଥିଲେ, 'ତୁମେ ଏହି ପୋଷାକ ପିନ୍ଧ ଏବଂ ଏହି ଦୃଶ୍ୟ କର ।' ହେଲେ ମୁଁ ସେହି ପୋଷାକ ପିନ୍ଧି ନଥିଲି । ଏହା ପରେ ସେ ମୋତେ କହିଥିଲେ ଯେ, ମୁଁ ତୁମର ବସ୍, ଏବଂ ତୁମେ ମୋତେ ନିଜ ଆଡକୁ ଆକର୍ଷିତ କରିବାର ଅଭିନୟ କର । ମୁଁ ସେତେବେଳେ ବହୁତ ଛୋଟ ଥିଲି । ତାଙ୍କ ଉଦ୍ଦେଶ୍ୟ ଜାଣି ନପାରି ମୁଁ ‌ ସେହି ଦୃଶ୍ୟ କରିଥିଲି। ଏହା ପରେ ସେ ମୋ ସହ ଶରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ। ହେଲେ ମୁଁ ତାଙ୍କୁ ଧକ୍କା ଦେଇ ବାହାରକୁ ଚାଲି ଆସିଥିଲି । ବାହାରେ ଥିବା ସିକ୍ୟୁରିଟି ଗାର୍ଡ କିଛି ନକହି ବି ସବୁ ଜାଣିପାରିଥିଲେ। ମୋତେ ଦେଖି ସେ ତୁରନ୍ତ ଏଠାରୁ ଚାଲିଯାଅ ବୋଲି କହିିଥିଲେ ।