ସଲମାନ୍‌-ଶିଳ୍ପାଙ୍କ ରୋମାଣ୍ଟିକ୍‌ ଭିଡିିଓ ଭାଇରାଲ୍‌

ନୂଆଦିଲ୍ଲୀ:  ବିଗ୍‌ବସ-୧୧ର  ବିଜେତା ଅଭିନେତ୍ରୀ ଶିଳ୍ପା ସିନ୍ଦେ ସଲମାନ୍‌ ଖାନ୍‌ଙ୍କ ଲୋକପ୍ରିୟ ଗେମ୍‌ ସୋ’ ‘ଦଶ୍‌କା ଦମ୍‌’ରେ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଥିଲେ ଟେଲିତାରକା କରନ୍‌ ପଟେଲ୍‌।  ଏହି ସୋ’ରେ ସଲମାନ୍‌ ଓ ଶିଳ୍ପା କିଛି ସମୟ ଲାଗି ବେଶ୍‌ ରୋମାଣ୍ଟିକ୍‌ ହୋଇଯାଇଥିଲେ।  ଏହି ସମୟର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଯାଇଛି।

‘ଦଶ୍‌କା ଦମ୍‌’ର ଏକ ବିଭାଗରେ  କୌଣସି  ଏକ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରର ସଂଳାପକୁ ଉପସ୍ଥିତ କଳାକାର ଅଭିନୟ କରି ଦେଖାଇବେ। ସେଦିନ ସଲମାନ୍‌ ଏକ୍‌ଦମ୍‌ ରୋମାଣ୍ଟିକ୍‌ ଅନ୍ଦାଜରେ ଶିଳ୍ପାଙ୍କୁ  ସନ୍ନି ଦେଓଲଙ୍କ ଲୋକପ୍ରିୟ ସଂଳାପ ‘ତାରିଖ ପେ ତାରିଖ ପେ ତାରିଖ….’କହିଥିଲେ। ଏହାପରେ ସେଇ ସମାନ୍‌ ସଂଳାପକୁ ପୂରା ସେହିଭଳି ଅନ୍ଦାଜରେ ସଲମାନ୍‌ଙ୍କୁ କହିଥିଲେ  ଶିଳ୍ପା । ସଲମାନ୍‌ ଓ ଶିଳ୍ପାଙ୍କ ଏଇ ସ୍ୱଳ୍ପ ସମୟର ଅଭିନୟ  ଖୁବ୍‌ ମନଛୁଆଁ ଥିଲା। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

‘ଦଶ୍‌କା ଦମ୍‌ ’ର ଏହି ଏପିସୋଡ୍‌ରେ କମଲ୍‌ ହାସନ୍‌ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ।  ସେ ମଧ୍ୟ ସଲମାନ୍‌-ଶିଳ୍ପାଙ୍କ ଅଭିନୟକୁ ଉପଭୋଗ କରିଥିଲେ।

 


 

ସମ୍ବନ୍ଧିତ ଖବର