କଂଗ୍ରେସରେ ଯୋଗ ଦେବେ ‘ବିଗ୍‌ବସ୍‌-୧୧’ର ବିଜୟିନୀ ଶିଳ୍ପା ସିନ୍ଧେ!

ମୁମ୍ବାଇ: ‘ଭାବିଜୀ ଘର୍‌ପେ ନେହିଁ ହେଁ’ ସିରିୟଲ୍‌ର ଅଭିନେତ୍ରୀ ଶିଳ୍ପା ସିନ୍ଧେ କଂଗ୍ରେସରେ ଯୋଗ ଦେଇପାରନ୍ତି! ଯଦିଓ ଅଭିନେତ୍ରୀ ଶିଳ୍ପା ଏ ପ୍ରସଂଗରେ ନିଜର ମତ ରଖିବାକୁ ମନା କରିଛନ୍ତି ମାତ୍ର କଂଗ୍ରେସ ପକ୍ଷରୁ ସୂଚନା ରହିଛି ଯେ ‘ବିଗ୍‌ ବସ୍‌’ ବିଜୟିନୀ ଶିଳ୍ପା ତାଙ୍କ ଦଳରେ ଯୋଗ ଦେବେ ବୋଲି। କଂଗ୍ରେସ ପକ୍ଷରୁ ସୂଚନା ମିଳିବା ପରେ ଶିଳ୍ପାଙ୍କ ପ୍ରଶଂସକଙ୍କ ଭିତରେ ଉତ୍କଣ୍ଠା ବୃଦ୍ଧି ପାଇଛି।

ସିନ୍ଧେ ୧୯୯୯ ମସିହାରେ ଲୋକପ୍ରିୟ ସିରିୟଲ୍‌ ‘ଭାବିଜୀ ଘର୍‌ପେ ନେହିଁ ହେଁ’ରେ ଅଙ୍ଗୋରି ଭାବି ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ୨୦୧୬ ମସିହାରେ ସେ ସୋ’ ଛାଡ଼ି ଦେଇଥିଲେ। ୨୦୧୭ ମସିହା ଅକ୍ଟୋବରରେ ସେ ଟିଭି ରିୟଲିଟି ସୋ’ ‘ବିଗ୍‌ବସ୍‌-୧୧’ରେ ଭାଗ ନେଇ ବିଜୟିନୀ ହୋଇଥିଲେ।

ଶିଳ୍ପା ୧୯୭୭ ମସିହାରେ ମହାରାଷ୍ଟ୍ରର ଏକ ମଧ୍ୟମ ବର୍ଗ ପରିବାରେ ଜନ୍ମ ଲାଭ କରିଥିଲେ। ଶିଳ୍ପାଙ୍କ ବାପା ସତ୍ୟଦେବ ସିନ୍ଧେ ଥିଲେ ହାଇକର୍ଟେର ଜଜ୍‌। ତାଙ୍କର ୨୦୧୩ ମସିହାରେ ପରଲୋକ ହୋଇଥିଲା।

ସମ୍ବନ୍ଧିତ ଖବର