#ମିଠୁ ଅଭିଯାନକୁ ଅସ୍ୱୀକାର କଲେ ଶିଳ୍ପା ସିନ୍ଦେ; ଇଣ୍ଡଷ୍ଟ୍ରିରେ ଚାଲେ ଦେବା-ନେବା ନୀତି

ମୁମ୍ବାଇ: କିଛି ଦିନ ହେବ ଦେଶରେ #ମିଠୁ ଅଭିଯାନ ଚାଲିଥିବା ବେଳେ ଗତ ଥରର ବିଗ୍‌ବସ୍‌ ବିଜୟିନୀ ଶିଳ୍ପା ସିନ୍ଦେକିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି। ଅନୁଭବ କରନ୍ତି କି ଇଣ୍ଡଷ୍ଟ୍ରରେ ଦୁଷ୍କର୍ମ ବୋଲି କିଛି ନାହିଁ। ସବୁକିଛି ଦେବା ଓ ନେବାର କଥା। ଅର୍ଥାତ, ଯାହାବି କିଛି ଘଟେ ତାହା ଦୁଇ ଜଣ ଲୋକଙ୍କ ବୁଝାମଣା ମୁତାବକ ଘଟେ।

ଏକ ଗଣାମଧ୍ୟମରେ ସାକ୍ଷାତ୍‌କାର ଦେଇ ଶିଳ୍ପା କହନ୍ତି, ‘ଏହା ବକ୍‌ବାସ୍‌। ଯଦି ବାସ୍ତବରେ ସେପରି କିଛି ଘଟୁଛି ତେବେ ସେହି ମୁହୂର୍ତ୍ତରେ ଏକ କଲ୍‌ର ଆବଶ୍ୟକତା ରହିଛି। ଏହା ଏକ ସାଧାରଣ କଥା। ଯେବେ ଘଟୁଛି ସେବେ ମୁହଁ ଖୋଲ। ପରେ କହିବାରେ କିଛି ଲାଭ ନାହିଁ। ଏହା ମୂଲ୍ୟହୀନ। ପରେ ନିଜର ମୁହଁ ଖୋଲୁଛ ତ ତାହାକୁ କେହି ବି ଶୁଣିବେ ନାହିଁ। କେବଳ ବିବାଦ ହିଁ ବଢ଼ିବ। ଆଉ କିଛି ନୁହେଁ। ତେତେବେଳେ ଘଟୁଛି ତାହାକୁ ସାମ୍ନା କରିବାକୁ ଶକ୍ତି ଦରକାର। ସେତେବେଳେ ହିଁ ନିଜ ମୁହଁ ଖୋଲ।’

ଇଣ୍ଡଷ୍ଟ୍ରି ବହୁତ୍‌ ଖରାପ କିମ୍ବା ବହୁତ ଭଲ ବି ନୁହେଁ। ମୁଁ ବୁଝିପାରୁନି କାହିଁକି ସମସ୍ତେ ଇଣ୍ଡଷ୍ଟ୍ରିର ନାଁ ଖରାପ କରିବାରେ ଲାଗିଛନ୍ତି। ଯେଉଁମାନେ କାମ କରୁଛନ୍ତି କ’ଣ ସେମାନେ ସମେସ୍ତ ଖରାପ?ସେପରି ହୋଇନଥାଏ। ଏହା ନିଜ ଉପରେ ନିର୍ଭର କରେ। ଏହା ପୂରା ପୂରି ଦିଅ ଓ ନିଅ ନୀତି ବୋଲି ଶିଳ୍ପା କହିଛନ୍ତି।

ସମ୍ବନ୍ଧିତ ଖବର