ମୁମ୍ବାଇ: ‘ପ୍ରିୟଦର୍ଶନ୍ସ୍’ର ଆଗାମୀ ହାସ୍ୟରସାତ୍ମକ ଚଳଚ୍ଚିତ୍ର ‘ହଙ୍ଗାମା-୨’ର ସୁଟିଂ ପାଇଁ ଶିଳ୍ପା ସେଟ୍ଟୀଙ୍କ ସହ ଚଳଚ୍ଚିତ୍ରର ପୂରା ଟିମ୍ ମନାଲି ଯାତ୍ରା କରିଛନ୍ତି। ଏହି ଚଳଚ୍ଚିତ୍ରରେ କମେଡି ଷ୍ଟାର ପରେଶ ରାୱଲଙ୍କ ସମେତ ମିଜାନ୍ ଜାଫ୍ରି ଓ ପ୍ରଣୀତା ସୁଭାଷ ପ୍ରମୁଖ ନଜର ଆସିବେ। ମନାଲିରେ ଚଳଚ୍ଚିତ୍ରର ସୁଟିଂ ହେବାର ଥିବାରୁ ଚଳଚ୍ଚିତ୍ରର ପୂରା ଟିମ୍ ଏକ ଘରୋଇ ବିମାନରେ ମୁମ୍ବାଇରୁ ମନାଲି ଯାଇଛନ୍ତି। ମିଜାନ୍ ଜାଫ୍ରି ଏହି ସମୟର ଏକ ଫଟୋ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। ଫଟୋରେ ସମସ୍ତେ ମାସ୍କ ପିନ୍ଧି ଉଡ଼ାଜାହଜ ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଥିଲେ ମଧ୍ୟ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ କରାଯାଇଥିଲା। ଏବେ ଚଳଚ୍ଚିତ୍ରର ସୁଟିଂ ପୁଣି ଥରେ ଆରମ୍ଭ ହେବ।
‘ହଙ୍ଗାମା-୨’ ସୁଟିଂ ପାଇଁ ଶିଳ୍ପାଙ୍କ ସହ ଟିମ୍ ଗଲେ ମନାଲି
/sambad/media/post_attachments/wp-content/uploads/2020/10/shilpa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)