କିଡନୀ ସଂକ୍ରମଣ ଶିକାର ହେଲେ ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ

ମୁମ୍ବାଇ: କିଡନୀ ସଂକ୍ରମଣ ଶିକାର ହେଲେ ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ। ଅଭିନେତ୍ରୀଜଣକ ନିଜେ ଇନଷ୍ଟ‌ାରେ ନିଜର ଏକ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ପାଇଁ ଦିନ କାଟିବା କଷ୍ଟକର ହୋଇପଡ଼ିଥିବା ବେଳେ ଡାକ୍ତରଙ୍କ ସହାୟତାରେ ଏବେ ସେ ସୁସ୍ଥ ହେଉଥିବା କହିଛନ୍ତି। ହସ୍ପିଟାଲ ବେଡରେ ବସିଥିବାର ଏକ ଫଟୋ ଶିବାଙ୍ଗୀ ସେୟାର କରିଥିବା ସହ ତାଙ୍କ ହାତରେ ବ୍ୟାଣ୍ଡେଜ ଲଗାଯାଇଥିବା ଦେଖାଯାଇଛି।

ଫଟୋ ପୋଷ୍ଟ କରି ଶିବାଙ୍ଗୀ ଲେଖିଛନ୍ତି, “ସମସ୍ତଙ୍କୁ ନମସ୍କାର, ମୋର କିଡନୀ ସଂକ୍ରମଣ ହୋଇଥିବାରୁ ଗତ କିଛି ଦିନ ‌ମୋ ପାଇଁ କଷ୍ଟଦାୟକ ଥିଲା। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ ମୋ ପରିବାର, ବନ୍ଧୁ, ଡାକ୍ତର, ଡାକ୍ତରଖାନା କର୍ମଚାରୀ ଏବଂ ଭଗବାନଙ୍କ ଆଶୀର୍ବାଦ ପ‌ାଇଁ ମୁଁ ଭଲ ଅନୁଭବ କରୁଛି। ଏହି ପୋଷ୍ଟ ମୁଁ ଏଥିପାଇଁ ମଧ୍ୟ କରିଛି ଯେ, ଆପଣଙ୍କୁ ଆପଣଙ୍କ ଶରୀରର ଯତ୍ନ ନେବା ଜରୁରୀ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଶରୀରରେ ଜଳୀୟଅଂଶକୁ ଠିକ ରଖନ୍ତୁ।

ଶିବାଙ୍ଗୀଙ୍କ ଏହି ପୋଷ୍ଟ ଆସିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତା ବ୍ୟକ୍ତ କରିବା ସହ ଶୀଘ୍ର ସୁସ୍ଥ ହୁଅ ବୋଲି ଲେଖିଛନ୍ତି।

ପେସାଦାର ଜୀବନକୁ ଦେଖିବାକୁ ଗଲେ ଶିବାଙ୍ଗୀ ଯୋଶୀଙ୍କୁ ଓଟିଟି ପ୍ଲାଟଫର୍ମ ଆମାଜନ ମିନି ଟିଭିରେ ମୁକ୍ତିଲାଭ କରିଥିବା ଏକ ଚାରି ଅଧ୍ୟାୟ ବିଶିଷ୍ଟ ରୋମାନ୍ସ ଡ୍ରାମା ‘ଜବ୍ ଉଇ ମ୍ୟାଚଡ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେ ରୋହିତ ସେଟ୍ଟୀଙ୍କ ଦ୍ୱାରା ଆୟୋଜିତ ରିଅଲିଟି ସୋ’ ‘ଖତ୍ରୋ କେ ଖିଲାଡି’ ସିଜିନ ୧୨ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର