ମୁମ୍ବାଇ: ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଓ ବିବାହ ପରର ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ନେଇ ଏବେ ଗୋଟିଏ ପରେ ଗୋଟିଏ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି।

Advertisment

ଏହି ଭିଡିଓ ମଧ୍ୟ‌ରୁ ରାଧିକାଙ୍କ ବିଦାୟୀ ସମୟର ଭିଡିଓ ଖୁବ ହୃଦୟସ୍ପର୍ଶୀ ରହିଛି। ରାଧିକା ବିଦା ହୋଇ ଅମ୍ବାନୀ ପରିବାର ବୋହୂ ସାଜିବାକୁ ଯାଉଥିବା ବେଳେ ତାଙ୍କ ଆଖିରେ ଲୁହ ଭରି ଯାଇଥିଲା। ରାଧିକାଙ୍କ ଆଖି‌ରେ ଲୁହ ଦେଖି ଶ୍ବଶୁର ମୁକେଶ ଅମ୍ବାନୀ ବି ଭାବବିହ୍ବୋଳ ହୋଇଯାଇଥିଲେ।

ଏହି କ୍ରମରେ ରାଧିକାଙ୍କ ଆଉ ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ରାଧିକା ବିଦା ହୋଇ ଶାଶୁଘରକୁ ଯାଉଥିବା ବେଳେ ସେ କାନ୍ଦୁଥିଲେ। ଏହାକୁ ଦେଖି ରାଧିକାଙ୍କ ନଣନ୍ଦ ଇଶା ଓ ବଡ଼ ଜାଆ ‌ଶ୍ଳୋକା ଖୁବ ସୁନ୍ଦର ନୃତ୍ୟ କରିଥିଲେ। ଯାହାକୁ ଦେଖିବା ପରେ ରାଧିକା ଲୁହଭରା ଆଖିରେ ହସି ଦେଇଥିଲେ।

ରାଧିକାଙ୍କୁ ହସୁଥିବା ଦେଖି ଶ୍ଳୋକା ଖୁସି ହୋଇଯାଇଥିଲେ। ଏହାପରେ ସେ ରାଧିକାଙ୍କ ହାତ ଟାଣି ଆଣି ନିଜ ସହିତ ନଚାଇଥିଲେ। ରାଧିକା, ଇଶା ଓ ‌ଶ୍ଳୋକାଙ୍କୁ ଏକାଠି ନୃତ୍ୟ କରୁଥିବା ଦେଖି ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥି ଖୁସି ହେବା ସହିତ ତିନିଜଣଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଭୁରିଭୁରି ପ୍ରଶଂସା କରିଥିଲେ।

ଜୁଲାଇ ୧୪ ତାରିଖ‌ରେ ବିବାହ ଶେଷ ହୋଇଯିବାପରେ ପ୍ରଥମଥର ରାଧିକା ତାଙ୍କ ଶାଶୁ ନୀତା ଅମ୍ବାନି, ଜାଆ ଶ୍ଳୋକା ଓ ନଣନ୍ଦ ଇଶା ଅମ୍ବାନୀଙ୍କୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି,‘  ଜାଆ ଶ୍ଳୋକା ଓ ନଣନ୍ଦ ଇଶା ଅମ୍ବାନୀଙ୍କୁ ନେଇ କହିଛନ୍ତି, ‘ମୋ ଶାଶୁ ଏହି ବିବାହର ସିଇଓ ଥିଲେ। ଯିଏକି ବିବାହର ପ୍ରତିଟି କାମ କିପରି ସୁରୁଖୁରୁରେ ହେବ ସେଥିପାଇଁ ଦୃଷ୍ଟି ଦେଇଥିଲେ। ଆଉ ଖୁବ ସୁନ୍ଦର ଭାବେ ତାକୁ ତୁଲାଇଥିଲେ ମଧ୍ୟ। ତାଙ୍କ ପାଇଁ ବିବାହର ଏତେ ବଡ଼ କାର୍ଯ୍ୟକ୍ରମ ମଜାମସ୍ତି, ଖୁସି ଓ ଉତ୍ସାହରେ ‌ସମ୍ପର୍ଣ୍ଣ ହୋଇପାରିଥିଲା।

ନଣନ୍ଦ ଇଶା ଓ ଜାଆ ଶ୍ଳୋକା ବି ଏହି ବିବାହରେ ଖୁବ ପରିଶ୍ରମ କରିଛନ୍ତି। ସମସ୍ତ ପ୍ରସ୍ତୁତି କିଭଳି ଚାଲିଛି ସେ ଉପରେ ତନତନ କରି ଧ୍ୟାନ ଦେଇଥିଲେ କୌଣସି ‌କ୍ଷେତ୍ରରେ ଯଦି ତ୍ରୁଟି ଦେଖୁଥି‌ଲେ ତାହାକୁ ଦୁହେଁ ସଙ୍ଗେସଙ୍ଗେ ସୁଧାରି ଦେଉଥିଲେ। ବିବାହ ତାରିଖ ଆମ ପରିବାର ଜ୍ୟୋତିଷଙ୍କ କହିବାନୁସାରେ ଜୁଲାଇ ୧୨ ତାରିଖ ସ୍ଥିର କରାଯାଇଥିଲା। ଅନନ୍ତ ଓ ମୋର ଜନ୍ମକୁଣ୍ଡଳୀକୁ ଧ୍ୟାନରେ ରଖି ବିବାହ ସମୟ ଓ ତାରିଖ ବାହାର କରାଯାଇଥିଲା।