ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା ସୋଏବ ଇବ୍ରାହିମ ତିନିବର୍ଷର ଦୀର୍ଘ ବ୍ରେକ ପରେ ଗତ ବର୍ଷ ‘ଅଜୁନି’ ଜରିଆରେ ପରଦାକୁ ଫେରିଥିଲେ।

Advertisment

ନିକଟରେ ଏକ ସାକ୍ଷାତକାରରେ ସୋଏବ କହିଛନ୍ତି, ‘ଗତବର୍ଷ ମଧ୍ୟରେ ଅନେକ କିଛି ଭଲ ପରିବର୍ତ୍ତନ ମୋ ଜୀବନରେ ହୋଇଛି। ଯାହାର ଶ୍ରେୟ ମୁଁ ମୋ ପୁଅ ଓ ସ୍ତ୍ରୀଙ୍କୁ ଦେବାକୁ ଚାହିଁବି। ସୋ’ ‘ଅଜୁନି’କୁ ପ୍ରସାରଣ ହେବାର ବର୍ଷେ ବିତି ଯାଇଛି। ଏହାରି ଭିତରେ ଏହି ସୋ’ ଲୋକପ୍ରିୟ ସୋ’ ତାଲିକାରେ ବି ସ୍ଥାନ ପାଇଛି। ଲେ‌ାକେ ବି ମୋ ଅଭିନୟକୁ ବେଶ ପସନ୍ଦ କରୁଛନ୍ତି।

କହିବାକୁ ଗଲେ ସ୍ତ୍ରୀ ଦୀପିକା ଗର୍ଭବତୀ ହେବା ଦିନଠାରୁ ଅର୍ଥାତ ପୁଅ ଦୀପିକାଙ୍କ ଗର୍ଭରେ ରହିଲା ଠାରୁ ମୋ ଜୀବନ‌ରେ ସବୁ କିଛି ଭଲ ହୋଇ ଚାଲିଲା। ଗୋଟିଏ ପ‌ରେ ଗୋଟିଏ ଖୁସି ପାଇ ଚାଲିଲି। ଗତ ଏକବର୍ଷ କେମିତି ହସଖୁସିରେ କଟି ଗଲା ମୁଁ ଜାଣି ନାହିଁ। କିଛିଦିନ ତଳେ ପୁଅ ଜନ୍ମ ହୋଇଛି। ପୁଅ ମୋ ପାଇଁ ଅତ୍ୟନ୍ତ ଲକି। ସେ ଆମ ଘରେ ପାଦ ଦେବା ପରେ ଯେମିତି ମୋ ଦୁନିଆ ଓ ମୋ ଭାଗ୍ୟ ବଦଳି ଯାଇଛି ଭଳି ଲାଗୁଛି। ସବୁବେଳେ ସକରାତ୍ମ ଅନୁଭବ ହେଉଛି। ଆଗାମୀ ଦିନରେ ଯାହାବି ହେବ ଭଲ ହେବ ବୋଲି ମୁଁ ଆଶା ରଖିଛି। କାରଣ ମୋ ପାଖରେ ଦୁଇଟି ଲକି ଚ୍ୟାମ୍ପ ଅଛନ୍ତି। ସେ ଦୁଇଟି ଲକି ଚ୍ୟାମ୍ପ ହେଉଛି ‌ମୋ ସ୍ତ୍ରୀ ଓ ପୁଅ।’