ମୁମ୍ବାଇ : ଚଳିତ ବର୍ଷ ଦେଶର ସବୁଠାରୁ ବଡ଼ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଥିବା ପ୍ରିୟା ପ୍ରକାଶ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କିଛି ସେକେଣ୍ଡର ଭିଡ଼ିଓରେ ସେ ଦେଶର ଯୁବପିଢ଼ିଙ୍କ ମନକୁ ଜିଣିଥିବା ବେଳେ ଏବେ ତାହାର ପ୍ରଭାବ ଦେଖିବାକୁ ମିଳିଛି । ଖୁବ୍ କମ ସମୟରେ ତାଙ୍କୁ ମିଳିଥିବା ସଫଳତା ଏବେ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ସଫଳତାର ସିଡ଼ି ସେ ଚଢ଼ିବା ଆରମ୍ଭ କରିଥିବା ବେଳେ ଏବେ ଏକ ବିଜ୍ଞାପନ ପାଇଁ ସେ ଏକ କୋଟି ଟଙ୍କା ନେଇଥିବା ଜଣା ପଡ଼ିଛି । ଆଜ୍ଞା ହଁ! ଠିକ୍ ଶୁଣିଲେ । ଏକ ବିଜ୍ଞାପନରେ କାମ କରିବା ପାଇଁ ସେ ଏକ କୋଟି ଟଙ୍କା ନେଇଛନ୍ତି ।
/sambad/media/post_attachments/wp-content/uploads/2018/07/mos_070918062858-276x300.jpg)
ମୁମ୍ବାଇରେ ଏହି ସୁଟ୍ କରାଯାଇଥିବା ବେଳେ ଏହି ବିଜ୍ଞାପନର ସୁଟିଂ ସମୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି ଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହି ବିଜ୍ଞାପନ ପାଇଁ ପ୍ରିୟା ପାଖାପାଖି ଏକ କୋଟି ଟଙ୍କା ନେଇଥଲେ । ଯାହା ଜଣେ ନବାଗତାଙ୍କ ପାଇଁ ଖୁବ୍ ଅଧିକ । ଏହା ପୂର୍ବରୁ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରମୋସନ କରିବା ପାଇଁ ୮ଲକ୍ଷ ଟଙ୍କା ମାଗିଥିବାରୁ ଚର୍ଚ୍ଚାରେ ରହିଥିଲେ ପ୍ରିୟା ।