ଚକ୍‌ଚାକ୍‌ ଦିଶୁଥିବା ତାରକା ବି ହୋଇପାରନ୍ତି ଏମିତି! ଜାଣନ୍ତୁ ବଲିଉଡ୍‌ର ଏହି ଲୋକପ୍ରିୟ କଳାକାରମାନଙ୍କର ମିଠା ମିଠା ସ୍ୱୀକାରୋକ୍ତି

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ମାନେ ନିଜର ଗୋପନୀୟତା ରଖିବାକୁ ଯେତେ ବି ଚେଷ୍ଟା କରନ୍ତୁ ପଛେ ମାତ୍ର ସେମାନେ ସବୁବେଳେ ମିଡିଆ ହାତରେ ଧରା ହିଁ ପଡ଼ିଥାନ୍ତି। ପରଦାରେ ସେମାନେ ଯେତେ ବି ପର୍‌ଫେକ୍ଟ ଦିଶନ୍ତୁ ମାତ୍ର ବାସ୍ତବ ଜୀବନରେ କେଉଁ ମଣିଷର ଦୋଷ ନାହିଁ, ଦୁଃଖ ନାହିଁ ଅବା? ତେବେ ଚାଲନ୍ତୁ ଜାଣିବା ଆମ ପ୍ରିୟ ଷ୍ଟାର୍‌ମାନଙ୍କର କିଛି ସ୍ୱୀକାରୋକ୍ତି ସଂପର୍କରେ।

କରୀନା କପୁର ଖାନ: କରୀନାଙ୍କ ସ୍ୱୀକାରୋକ୍ତି ବେଶ୍‌ ମଜାଦାର୍‌। ଆପଣ ଶୁଣିଲେ ହସିପାରନ୍ତି ନିଶ୍ଚୟ। ବେବୋ କହନ୍ତି ସେ ତାଙ୍କ ଜିନ୍‌ସ ପ୍ୟାଣ୍ଟ୍‌କୁ ରୀତିମତ ଧୁଅନ୍ତି ନାହିଁ।

ସୋନମ କେ ଆହୁଜା: ସୋନମ ଯେଉଁ ସ୍ୱୀକାର କରିଛନ୍ତି ତାହା ହେଉଛି ନିଜର ଶାରୀରିକ ଗଠଣ ସୁନ୍ଦର ନୁହେଁ ବୋଲି ଚିନ୍ତା କରି ସୋନମ ଏଯାବତ୍‌ କେବେ ବିକିନି ପିନ୍ଧିନାହାନ୍ତି।

ଆଲିଆ ଭଟ୍ଟ: ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ ବିୟୁଟି କହନ୍ତି ସେ ଅନ୍ଧାରରେ ଶୋଇପାରନ୍ତି ନାହିଁ। ଶୋଇବା ପାଇଁ ତାଙ୍କୁ ଆଲୋକ ଲଗାଇବାକୁ ପଡ଼େ।

ରଣବୀର କପୁର: ରଣବୀର କପୁର ନିଜେ ସ୍ୱୀକାର କରି କହନ୍ତି ଯେ ସେ ତାଙ୍କ ପୂର୍ବତନ ପ୍ରେମିକା ଦୀପିକାଙ୍କ ସହ ପ୍ରତାରଣା କରିଛନ୍ତି।

ସିଦ୍ଧାର୍ଥ ମଲହୋତ୍ରା: ସିଦ୍ଧାର୍ଥ ମଲହୋତ୍ରାଙ୍କ ସ୍ୱୀକାରୋକ୍ତି ହେଲା ସେ ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେବା ବେଳେ ଖୁବ୍‌ ଉପଭୋଗ କରନ୍ତି।

ବିଦ୍ୟା ବାଲନ: ବିଦ୍ୟା ବାଲନ ସ୍ୱକାର କରିଛନ୍ତି ଯେ ସେ ତାଙ୍କ ନୂଆ ଘର ନେବା ସମୟରେ ଉପରୋକ୍ତ ଅଧିକାରୀଙ୍କୁ ଲାଞ୍ଚ ଦେଇଥିଲେ।

ଗୋବିନ୍ଦା: କମେଡି କିଙ୍ଗ୍‌ ଗୋବିନ୍ଦା ଥରେ ପରୋକ୍ଷରେ ସ୍ୱୀକାର କରିଥିଲେ ଯେ ତାଙ୍କର ପରକୀୟା ପ୍ରୀତି ରହିଥିଲା।

ସମ୍ବନ୍ଧିତ ଖବର