ଚେନ୍ନାଇ: ଅଭିନେତ୍ରୀ କାଦୀ କୁସୃତି ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ଫିଲ୍ମ ନିର୍ମାତାଙ୍କ ଶାରୀରିକ ସଂପର୍କ ରଖିବା ପ୍ରସ୍ତାବରେ ବିରକ୍ତ ହୋଇ ସେ ଅଭିନୟ ଛାଡ଼ୁଥିବା କହିଛନ୍ତି । କାନୀ ଶାରୀରିକ ସଂପର୍କ ରଖିବା ପ୍ରସ୍ତାବରେ ରାଜି ହେଉ ନଥିବାରୁ ନିର୍ମାତାମାନେ ତାଙ୍କ ମା’ଙ୍କୁ ଫୋନ କରି ବୁଝାଇବାକୁ ମଧ୍ୟ କହୁଥିବା କହିଛନ୍ତି କାନୀ । ପୂର୍ବରୁ ଏଭଳି ହେଉଥିଲେ ମଧ୍ୟ ମୁଁ ଚୁପ୍ ଥିଲି । କିନ୍ତୁ ମିଠୁ ଅଭିଯାନ ଆରମ୍ଭ ହେବା ପରେ ଏବଂ ଓମେନ୍ ଇନ୍ ସିନେମା କଲେକ୍ଟିଭ୍ ସ୍ଥାପିତ ହେବା ପରେ ମୁଁ ସ୍ୱର ଉଠାଇବାର ସାହାସ କରିଛି ବୋଲି କାନୀ କହିଛନ୍ତି ।
/sambad/media/post_attachments/wp-content/uploads/2019/02/BBTQ56S-300x174.jpg)
‘ଓମେନ୍ ଇନ୍ ସିନେମା କଲେକ୍ଟିଭ୍’ କୁ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୨୦୧୭ରେ କାର୍ଯ୍ୟରତ ମହିଳାଙ୍କ କଲ୍ୟାଣ ପାଇଁ ସ୍ଥାପିତ କରାଯାଇଥିଲା । କାନୀଙ୍କ ଏଭଳି ଅଭିଯୋଗ ମଲୟାଲମ ଇଣ୍ଡଷ୍ଟ୍ରିର ଅସଲ ମୁଖା ପଦାରେ ପକାଇଛି । କାନୀ ମଲାୟାଲମ, ତେଲୁଗୁ ଏବଂ ବିଭିନ୍ନ ଦକ୍ଷିଣ ଭାରତୀୟ ଭାଷାରେ ଫିଲ୍ମ କରି ସାରିଛନ୍ତି । କିନ୍ତୁ ଏବେ ତାଙ୍କୁ ଫିଲ୍ମ ଦେବା ପାଇଁ ନିର୍ମାତାଙ୍କ ଡିମାଣ୍ଡ ତାଙ୍କୁ ଅଭିନୟ ଛାଡ଼ିବା ପାଇଁ ବାଧ୍ୟ କରିଛି ।