ଫିଲ୍ମ ‘ଭାରତ’ରେ ନଜର ଆସି ସାରିଛନ୍ତି ଏହି ଅଭିନେତା, ଫିଲ୍ମ ନ ମିଳିଲେ କରନ୍ତି ଖାଦ୍ୟ ଡେଲିଭରୀ 

ମୁମ୍ବାଇ : ହିନ୍ଦୀ ସିନେମାର ଚମକ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ସବୁ ଯୁବକ-ଯୁବତୀ ନିଜକୁ ଷ୍ଟାର କରିବା ଆଶାରେ ବଲିଉଡ୍‌ରେ ପାଦ ଦେଇଥାନ୍ତି । କିନ୍ତୁ କିଛି ଲୋକ ଏଠାକୁ ଆସି ନିଜ ଲକ୍ଷ ପୂରଣ କରି ପାରନ୍ତି ନାହିଁ । ସେଭଳି କିଛି ଘଟିଛି ଚେତନ ରାଓଙ୍କ ସହ । ଚେତନ କିଛି ଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ଭାରତରେ ନଜର ଆସିଥିଲେ । େଓ୍ଵବ୍‌ ସିରିଜ୍‌ ଦିଲ୍ଲୀ କ୍ରାଇମ୍‌ରେ ମଧ୍ୟ ସେ ନିଜ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ଜଣା ପଡ଼ିଛି । କିନ୍ତୁ ଏତେ ସବୁ ପରେ ମଧ୍ୟ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଚେତନଙ୍କୁ ଡେଲିଭରୀ ବଏର କାମ କରିବାକୁ ପଡ଼ୁଛି ।

ସୂଚନା ମୁତାବକ, ଚେତନ ଫିଲ୍ମ ଭାରତ, େଓ୍ଵବ୍‌ ସିରିଜ୍‌ ଦିଲ୍ଲୀ କ୍ରାଇମ୍‌ ଏବଂ ସାବଧାନ ଇଣ୍ଡିଆରେ କାମ କରି ସାରିଛନ୍ତି । କିନ୍ତୁ ତାଙ୍କ ପାଖରେ କାମ ନଥିବା ବେଳେ ସେ ସ୍ୱିଗ୍ଗୀ ପାଇଁ ଡେଲିଭରୀ ବଏର କାମ କରିଥାନ୍ତି । ପରଦାରେ ଅଭିନୟ କରିବା ସହ ଘର ଘର ବୁଲି ଖାଇବା ଡେଲିଭର କରିଥାନ୍ତି ଚେତନ । ତେବେ ଫିଲ୍ମ ଅନ୍ଦାଜରେ ଚେତନଙ୍କ ଏହି କାମ ସାମ୍ନାକୁ ଆସିଥିଲା । ସେ ଅଭିନେତା ରାଜେଶ ତୈଲଙ୍ଗଙ୍କ ଘରକୁ ଖାଇବା ଡେଲିଭର କରିବାକୁ ପହଞ୍ଚିଥିଲେ । ରାଜେଶ ଏବଂ ଚେତନ େଓ୍ଵବ୍‌ ସିରିଜ୍‌ ଦିଲ୍ଲୀ କ୍ରାଇମ୍‌ରେ ସାଥୀରେ କାମ କରିଥିଲେ । ହଠାତ୍‌ ଚେତନଙ୍କୁ ଡେଲିଭରୀ ବଏ ବେଶରେ ଦେଖି ରାଜେଶ ଆଶ୍ଚର୍ଯ୍ୟ ହେବା ସହ ପରେ ପୂରା ଘଟଣା ଜାଣି ନିଜ ଟୁଇଟର ଆକାଉଣ୍ଟରେ ଏ ବିଷୟରେ ଜଣାଇଥିଲେ ।

ସମ୍ବନ୍ଧିତ ଖବର