କନ୍ନଡ଼ ଅଭିନେତା ୟଶ୍ ଓ ବଲିଉଡ୍ର ସଞ୍ଜୁ ବାବାଙ୍କ ଅଭିନୀତ କେଜିଏଫ୍ ଚାପ୍ଟର୍ ୨ର କ୍ଲାଇମାକ୍ସ ପାଇଁ ସୁଟିଂ ଆରମ୍ଭ ହୋଇଯାଇଛି। କ୍ଲାଇମାକ୍ସରେ ଚଳଚ୍ଚିତ୍ରର ହିରୋ ରକି ଭାଇ ଓ ଭିଲେନ୍ ଅଧୀରା ମଧ୍ୟରେ ଜବରଦସ୍ତ ଆକ୍ସନ ସାଙ୍ଗକୁ ଫାଇଟିଂ ଓ ଷ୍ଟଣ୍ଟ୍ ସିନ୍ ରଖିବା ପାଇଁ ଯୋଜନା ଥିବା ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ଟ୍ବିଟ୍ କରିଛନ୍ତି। ସେ ଟ୍ବିଟରରେ ଷ୍ଟଣ୍ଟ୍ ନିର୍ଦ୍ଦେଶକ ଅନବରିବ୍ ଯୋଡ଼ିଙ୍କ ଫଟୋ ସେୟାର୍ କରି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇଛନ୍ତି। କେଜିଏଫ୍-୨ର ଟ୍ରେଲର୍ ୟଶ୍ଙ୍କ ଜନ୍ମ ତାରିଖ ଜାନୁଆରି ୮ରେ ରିଲିଜ୍ କରିବାକୁ ଯୋଜନା କରାଯାଇଛି। ତେବେ ବର୍ତ୍ତମାନ ଫୁସ୍ଫୁସ୍ କର୍କଟରୁ ସୁସ୍ଥ ହୋଇଥିବା ସଂଜୟ ଦତ୍ତ ହାଇଦ୍ରାବାଦ୍ର ରାମୋଜି ଫିଲ୍ମ ସିଟିରେ କେଜିଏଫ୍ ଟିମ୍ ସହିତ ବହୁତ ଶୀଘ୍ର ସୁଟିଂ ପାଇଁ ଯୋଗଦେବେ। ଗୋଟେପଟେ କରୋନା ଆରପଟେ ତାଙ୍କ ରୋଗର ଚିକିତ୍ସା ପାଇଁ ଫିଲ୍ମରୁ ବ୍ରେକ୍ ନେଇଥିଲେ ସଂଜୁ। ୨୦୧୮ରେ ୫ରୁ ଅଧିକ ଭାଷାରେ ରିଲିଜ୍ ହୋଇଥିବା କେଜିଏଫ୍ ଫିଲ୍ମ ପାଇଁ ଅଭିନେତା ୟଶ୍ ଉତ୍ତର ଭାରତରେ ଲୋକପ୍ରିୟତା ହାସଲ କରିଥିଲେ।
‘କେଜିଏଫ୍-’ର କ୍ଲାଇମାକ୍ସ ପାଇଁ ସୁଟିଂ ଆରମ୍ଭ
/sambad/media/post_attachments/wp-content/uploads/2019/09/kgf-2-yash-sanjay-dutt-deccan-chronicle.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)