ଆରମ୍ଭ ହେବ ଅନନ୍ୟାଙ୍କ ଫିଲ୍ମ ‘କାଲି-ପିଲି’ ସୁଟିଂ

Dekh News

ଅନନ୍ୟା ପାଣ୍ଡେ ଓ ଇଶାନ ଖଟ୍ଟରଙ୍କ ଅଭିନୀତ ତଥା ଅଲ୍ଲୀ ଆବାସ ଜଫରଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘କାଲି-ପିଲି’ର ବାକି ରହିଥିବା ସୁଟିଂ ଏବେ ଆରମ୍ଭ ହେବ। ସୂଚନାନୁଯାୟୀ, ଅଗଷ୍ଟ ୨୦ ସୁଦ୍ଧା ଚଳଚ୍ଚିତ୍ରର ବାକି ଅଂଶ ସୁଟିଂ ଶେଷ କରିବାକୁ ଚଳଚ୍ଚିତ୍ରର ପ୍ରଯୋ‌ଜକ ଓ ନିର୍ଦ୍ଦେଶକମାନେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେମାନେ ଏକ ଇନ୍‌ଡୋର ସୁଟିଂ ସେଟ୍‌ ଖୋଜିବା ସହ ଏହି ସୁଟିଂକୁ ୨ ଦିନରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ ଗତ କିଛି ସପ୍ତାହ ହେଲା, ଚଳଚ୍ଚିତ୍ରର ପୋଷ୍ଟ-ପ୍ରଡକ୍ସନ୍‌ କାମ ବି ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର