ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଓ ମାଇଁ ଗଡ୍ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ସୁଟିଂ ଆରମ୍ଭ ହେବ। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପରେଶ ରାଵଲ, ଅକ୍ଷୟ କୁମାର ଓ ଅଶ୍ବିନୀଙ୍କ ଏହାର ସଂଳାପ ପସନ୍ଦ ଆସିବା ପରେ ସେମାନେ ଏହାର ସୁଟିଂ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ୨୦୧୨ରେ ବଡ଼ ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ରରେ ପରେଶ ଓ ଅକ୍ଷୟଙ୍କ ଯୋଡ଼ି ବକ୍ସ ଅଫିସ୍ରେ ରେକର୍ଡ କରିଥିଲା। ଲୋକଙ୍କୁ ଫିଲ୍ମର କାହାଣୀ ଓ କମେଡି ପସନ୍ଦ ଆସିଥିଲା। ତେବେ ଚଳିତ ବର୍ଷ ଅନେକ ହିନ୍ଦୀ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥିବାରୁ ଓଏମ୍ଜି ଟିମ୍ ଆଗାମୀ ବର୍ଷ ଏହାକୁ ରୁପେଲି ପରଦାକୁ ଆଣିବ ବୋଲି ଶୁଣିବାକୁ ମିଳୁଛି।
ଆରମ୍ଭ ହେବ ‘ଓ ମାଇଁ ଗଡ୍-୨’ର ସୁଟିଂ
/sambad/media/post_attachments/wp-content/uploads/2021/01/omg.jpg)