ଓଡ଼ିଆ ଛବି ‘ଯୋଗୀ’ର ସୁଟିଂ ଚାଲିଛି !

ସେ ଏଭଳି ଜଣେ କଳାକାର, ଯିଏ ପ୍ରଥମେ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ, ହେଲେ ପରେ ଅଭିନେତାଭାବେ ଖ୍ୟାତି ଅର୍ଜନ କରିଲେ ଓ କଳାକାର ହିଁ ରହିଗଲେ । ଏଠାରେ ଯେଉଁ ଅଭିନେତାଙ୍କ କଥା କୁହାଯାଉଛି, ସେ ହେଲେ ହର ରଥ ।

ଏବେ ସେ ବନିଛନ୍ତି ‘ଯୋଗୀ’ । ଅର୍ଥାତ୍‌ ହର ରଥ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ‘ଯୋଗୀ’ରେ ଟାଇଟଲ ରୋଲ୍‌ କରୁଛନ୍ତି । ଏହି ଫିଲ୍ମରେ ଜଣେ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ‘ ଯୋଗୀ‘ର ନିର୍ଦ୍ଦେଶନା ଦେଉଛନ୍ତି ‘ଆଣ୍ଟି ନମସ୍କାର’ ଫେମ୍‌ ନିର୍ଦ୍ଦେଶକ ନିରଞ୍ଜନ ବେହେରା । ଏହାର କାହାଣୀ ଲେଖିଛନ୍ତି ଛବିତା ମାର୍ଥା ଓ ସଂଳାପ ରଚନା କରିଛନ୍ତି ଡ଼.ରଜନୀରଞ୍ଜନ । ଦୀପକ କୁମାର ଏହାର ସଙ୍ଗୀତ ନିର୍ଦ୍ଦେଶକ ।

ପ୍ରାପ୍ତ ସୂଚନା ଅନୁଯାୟୀ ‘ଯୋଗୀ’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହାର ସୁଟିଂ ଭୁବନେଶ୍ୱରର ଝାରପଡ଼ାଠାରେ କରାଯାଉଥିବାର ଖବର ମିଳିଛି।ଏହି ଫିଲ୍ମରେ ହର ରଥ,ବିଜୟ ମହାନ୍ତି ,ଅରବିନ୍ଦ ଓ ଜୟୀଙ୍କ ସମେତ କେତେ ଜଣ ନାମୀ କଳାକାର  ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି ।

ହଁ ହର ରଥ ପ୍ରଖ୍ୟାତ ନର୍ଦ୍ଦେଶକ ରାଜୁ ମିଶ୍ରଙ୍କ ସହକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓଲିଉଡରେ । ଏହାପରେ ସେ ଛୋଟପରଦାରେ ଅଭିନେତା ଭାବେ ଲୋକପ୍ରିୟତା ହାସଲ କରିଥିଲେ । ଏବେ ହର ରଥ ବଡ ପରଦାର ମଧ୍ୟ ବେଶ୍‌ ଜଣାଶୁଣା ଅଭିନେତା। ସେ ବନ୍ଦେ ଉତ୍କଳ ଜନନୀ , ଏସିପି ରଣବୀର୍‌, ମୀମାଂସା, କେହି ନୁହେଁ କାହାର ସମେତ ଅନେକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି ।

‘ଯୋଗୀ’ ଭୂମିକାରେ ପ୍ରଥମେ ବରିଷ୍ଠ ଅଭିନେତା ଅଶ୍ରୁମୋଚନଙ୍କୁ ନିଆଯିବ ବୋଲି ଜଣାଯାଇଥିଲା, ହେଲେ ଶେଷ ମୁହୂର୍ତ୍ତରେ ହର ରଥଙ୍କୁ ନିଆଯାଇଛି । ଏହି ଫିଲ୍ମରେ ବିଜୟ ମହାନ୍ତି ,ଅରବିନ୍ଦ ଓ ଜୟୀଙ୍କ ସମେତ କେତେ ଜଣ ନାମୀ କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ଜଣାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ‘ଯୋଗୀ’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହାର ସୁଟିଂ ଭୁବନେଶ୍ୱରର ଝାରପଡ଼ାଠାରେ କରାଯାଉଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର