କରୋନା ପାଇଁ ପ୍ରାୟ ବର୍ଷେ କାଳ ହିନ୍ଦୀ ସିନେଜଗତର ସୁଟିଂ ବନ୍ଦ ହେବା ପରେ ନୂଆବର୍ଷରେ ଏକାଥରେ ପ୍ରାୟ ୬ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଜୟସାଲମେରରେ ସାଜିଦ୍ ନଦିଆଦ୍ଵାଲାଙ୍କ ପ୍ରଯୋଜିତ ବଚ୍ଚନ ପାଣ୍ଡେ ଫିଲ୍ମ ସୁଟିଂ ହେଉଥିବା ବେଳେ ରାଜକୁମାର ରାଓଙ୍କ ବଧାଇ ହୋ ଉତ୍ତରାଖଣ୍ଡରେ ସୁଟିଂ ଚାଲିଛି। ସେହିଭଳି ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଵତ୍ ଧାକଡ୍ ଚଳଚ୍ଚିତ୍ରର ସୁଟିଂ ପାଇଁ ଭୋପାଳରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଅଜୟ ଦେବଗନ୍ ମେ ଡେ ଫିଲ୍ମର ସୁଟିଂକୁ ନେଇ ଟ୍ବିଟ୍ କରି ସୂଚନା ଦେଇଥିବା ବେଳେ ହ୍ରିତିକ୍ ଫାଇଟର୍ ଚଳଚ୍ଚିତ୍ରକୁ ନେଇ ଏକ ନିଆରା ଅନ୍ଦାଜରେ ଭିଡିଓ ପୋଷ୍ଟ କରି ସୁଟିଂର ସୂଚନା ଦେଇଛନ୍ତି।
ବଚ୍ଚନ ପାଣ୍ଡେ ସମେତ ୬ ଫିଲ୍ମର ସୁଟିଂ ଆରମ୍ଭ
/sambad/media/post_attachments/wp-content/uploads/2021/01/film.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)