ଆରମ୍ଭ ହେଲା ‘ଥ୍ୟାଙ୍କ୍ ଗଡ୍‌’ର ସୁଟିଂ

କିଛି ଦିନ ତଳେ ବି-ଟାଉନ୍‌ର ସିଂଘମ୍ ଅଜୟ ଦେବଗନ୍‌ଙ୍କ ଦ୍ବାରା ଘୋଷିତ ‘ଥ୍ୟାଙ୍କ ଗଡ୍’ ଚଳଚ୍ଚିତ୍ରର ସୁଟିଂ ଆଜି ଆରମ୍ଭ ହୋଇଯାଇଛି। ମାୟାନଗରୀ ମୁମ୍ବାଇରୁ ଏହାର ସୁଟିଂ ଆରମ୍ଭ ହୋଇଛି। ପ୍ରଥମ ଦିନର ସୁଟିଂରେ ଅଜୟଙ୍କୁ ସେଟ୍‌ରେ ଦେଖିବାକୁ ମିଳି ନଥିବା ବେଳେ ସାଥୀ କଳାକାର ସିଦ୍ଧାର୍ଥ ମଲହୋତ୍ରା ଓ ରାକୁଲ୍ ପ୍ରୀତ୍‌ସିଂହଙ୍କ ଝଲକ ଦେଖିବାକୁ ମିଳିଛି। ସୁଟିଂ ସେଟ୍‌ର ଏହି ବିଶେଷ ମୁହୂହୁର୍ତ୍ତକୁ ଅଜୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ପ୍ରଯୋଜକ ଭୂଷଣ କୁମାର ଓ ଇନ୍ଦ୍ର କୁମାରଙ୍କ ଦ୍ବାରା ପ୍ରଯୋଜିତ ‘ଥ୍ୟାଙ୍କ୍ ଗଡ୍‌’ ଏକ ହାସ୍ୟ ରସାତ୍ମକ ଚଳଚ୍ଚିତ୍ର।

ସମ୍ବନ୍ଧିତ ଖବର