ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସଦର ଥାନାରୁ ଇନିସ୍ପେକ୍ଟର ସନା’ର ଚାଲିଛି ସୁଟିଂ

ଏସ୍ ଏସ୍ କ୍ରିଏଟିଭ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ର ‘ସଦର ଥାନାରୁ ଇନିସ୍ପେକ୍ଟର ସନା’ର ଏବେ ସୁଟିଂ ଚାଲିଛି। ସୁଶୀଲ କୁମାର ବାରିକ, ସୁଦୀପ୍ତ ଷ୍ଟାଲିନ୍ ମହାପାତ୍ର ଏବଂ ଦୀପକ ଜେନାଙ୍କ ପ୍ରଯୋଜିତ ଏଇ ସିନେମାର କାହାଣୀର ପରିକଳ୍ପନା ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ରଚନା ଓ ନିର୍ଦ୍ଦେଶନା ଦେଉଛନ୍ତି ରାଜା ଡି। ରାଜା ଏହାପୂର୍ବରୁ ‘ତୁ ମୋ ସାଥୀରେ’, ‘ଦୁର୍ଗତିନାଶିନୀ’ ଏବଂ ‘ପ୍ରସ୍ଥାନମ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଗୀତ ରଚନା କରିଛନ୍ତି ପୁଷ୍ପକ ପରିଡ଼ା ଓ ରଞ୍ଜନ ନାୟକ। ସଙ୍ଗୀତ ସଜାଇଛନ୍ତି ଅସାଦ ନିଜାମ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, କୁଲ୍‌ଦୀପ, ଅସୀମା ପଣ୍ଡା, ଅସାଦ, ଆଶୁତୋଷ ଏବଂ ଅନୁଗୁଳିଆ ବଣ୍ଟି।

ଏଇ କିଛିଦିନ ତଳେ ‘ଗୁଆଘିଅ’ ଗୀତରେ ଅଭିନୟ କରି ଅନୁଗୁଳିଆ ବଣ୍ଟି ବେଶ୍ ଚର୍ଚ୍ଚାକୁ ଆସିଥିଲେ। କଣ୍ଠଶିଳ୍ପୀ ତଥା ଅଭିନେତା ବଣ୍ଟି ଏଥିରେ ନାୟକ ସାଜିଥିବା ବେଳେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅର୍ଚ୍ଚିତା ମହାନ୍ତିି। ଏ ଦୁହିଙ୍କ ବ୍ୟତୀତ କାହାଣୀର ପ୍ରମୁଖ ଭୂମିକାରେ ଅଛନ୍ତି ହରିହର ମହାପାତ୍ର, ଅଶୋକ ଦାସ, ସୁଶୀଲ ବାରିକ, ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଅନିମେଶ ପଣ୍ଡା, ଅଭିଷେକ ପଣ୍ଡା, ଦାମିନୀ, ପ୍ରୀତିରଂଜନ, ବାପି, ରାଜୁ ଦାସ, ଶାନ୍ତନୁ ଓ ସ୍ବାତୀ। ଚଳଚ୍ଚିତ୍ରଟିରେ ଅନୁଗୁଳିଆ ବଣ୍ଟିଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସେ ସିରିଓ କମେଡି ଚରିତ୍ରରେ ଦର୍ଶକଙ୍କ ନଜରକୁ ଆସିବେ। ସେମିତି ପ୍ରଯୋଜକ ସୁଶୀଲ କୁମାର ବାରିକ ଏଥିରେ ଖଳନାୟକ ଭୂମିକାରେ ବିଶେଷତଃ ନିଜ ଆଖିର ଚାହାଣିକୁ ନେଇ ଅଭିଜ୍ଞ ଅଭିନୟ କରିଛନ୍ତି ବୋଲି ଶୁଣାଯାଉଛି।

ସମ୍ବନ୍ଧିତ ଖବର