‘ମୋ ଦେହେ ବୋଳିଦେ ତୋ ଦେହ କଳା’ରେ  ଦର୍ଶକଙ୍କ ମନ ଜିଣୁଛି ଶ୍ରଦ୍ଧା ଓ ଅଭିଙ୍କ ଯୋଡ଼ି 

‘ମଞ୍ଜରୀ’ର ମେଗା ଧାରାବାହିକ

ଭୁବନେଶ୍ବର:  ଓଡ଼ିଶାର ପ୍ରଥମ ୨୪ ଘଣ୍ଟିଆ ମନୋରଞ୍ଜନ ଚ୍ୟାନେଲ୍‌ ‘ମଞ୍ଜରୀ’ରେ ପ୍ରସାରିତ ମେଗା ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’କୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। କାହାଣୀ ଅନୁସାରେ ଶ୍ରଦ୍ଧା ପିଲାଟି ଦିନରୁ ନିଜ ବାପା-ମା’ଙ୍କୁ ହରାଇ ମାମୁ-ମାଈଁଙ୍କ ପାଖରେ ରହେ ଏବ˚ ମାଈଁର ପ୍ରରୋଚନାରେ ନିଜ ଶରୀରରେ କଳା ବୋଳି ହୋଇ ସମାଜ ସାମ୍ନାରେ ନିଜର ସୌନ୍ଦର୍ଯ୍ୟକୁ ଲୁଚାଇଦିଏ। ଅର୍ଥ ଲୋଭରେ ମାଈଁ ଶ୍ରଦ୍ଧାର ବାହାଘର ଜଣେ ବୁଢ଼ା ବର ସହିତ କରିବା ଜାଣି ତା’ର ମାମୁ ତାକୁ ଘର ଛାଡ଼ି ଚାଲିଯିବା ପାଇଁ କହନ୍ତି। ଆକସ୍ମିକ ଭାବେ ଶ୍ରଦ୍ଧାର ପରିଚୟ ହୁଏ ଅଭି ସହିତ ଯିଏ ସ˚ଯୋଗବଶତଃ ସେଇ ଦିନ ନିଜ ବାହା ବେଦୀରୁ ଉଠି ଘର ଛାଡ଼ି ଚାଲିଆସିଥାଏ।

ବର କନ୍ୟା ବେଶରେ ଉଭୟଙ୍କୁ ଦେଖି ଅଭିର ଜେଜେମା’ ସେମାନଙ୍କୁ ନବବିବାହିତ ଭାବେ ଘରେ ଆଶ୍ରୟ ଦିଅନ୍ତି। ପରିସ୍ଥିତି ନ ବଦଳିବା ଯାଏଁ ଉଭୟ ଅଭି ଓ ଶ୍ରଦ୍ଧା ମିଛିମିଛିକା ସ୍ବାମୀ-ସ୍ତ୍ରୀର ଅଭିନୟ କରିବାର ନିଷ୍ପତ୍ତି ନିଅନ୍ତି। ମାତ୍ର ଏହି ବିବାହକୁ ମାନନ୍ତି ନାହିଁ ଅଭିର ବାପା ଉମାଶଙ୍କର। ଶ୍ରଦ୍ଧାକୁ ଅଭି ଜୀବନରୁ ବାହାର କରି ତାଙ୍କ ବ୍ୟବସାୟ ପାର୍ଟନର୍‌ ସୂର୍ଯ୍ୟକାନ୍ତଙ୍କ ଝିଅ ଏଲୋରାକୁ ବୋହୂ କରି ଆଣିବା ପାଇଁ ସେ ଅନେକ ଚକ୍ରାନ୍ତ କରନ୍ତି। ଉମାଶଙ୍କର ଆଉ ଏଲୋରା କ’ଣ ଅଭି ଠାରୁ ଶ୍ରଦ୍ଧାକୁ ଅଲଗା କରିବାରେ ସକ୍ଷମ ହେବେ? ଅଭି ଓ ଶ୍ରଦ୍ଧାଙ୍କ ଭିତରେ ଥିବା ଏଇ ମିଛିମିଛିକା ସମ୍ପର୍କ କ’ଣ ସତରେ ପରିଣତ ହେବ!

ସାଇ ଶ୍ରଦ୍ଧା ଟେଲି ପ୍ରଡକ୍ସନ୍‌ ପ୍ରଯୋଜନାରେ ପ୍ରସ୍ତୁତ ଏହି ଧାରାବାହିକର ନିର୍ଦ୍ଦେଶନା ଦେଉଛନ୍ତି ରାମକୃଷ୍ଣ ପାଢ଼ୀ। କହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ବରେ ପର୍ଣ୍ଣା ଦାସ ଥିବା ବେଳେ ସ˚ଳାପ ରଚନା କରିଛନ୍ତି ଦିଲୀପ ଚୌଧୁରୀ। ଏହାର ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ପ୍ରିୟମ୍ବଦା, ଭୂପତି, ଦୁଷ୍ମନ୍ତ ଓ ଅଭୀପ୍‌ସା ପ୍ରମୁଖ କଳାକାର। ଏହି ଧାରାବାହିକର ଶୀର୍ଷକ ଗୀତ ରଚନା ସହ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରତିକାନ୍ତ ଶତପଥୀ। ଏଥିରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀ।

ଓଡ଼ିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ୍‌ ‘ମଞ୍ଜରୀ’ରେ ପ୍ରତି ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ପ୍ରସାରିତ ହେଉଛି। ଏହା ସହିତ ଏହାର ମହାଏପିସୋଡ୍‌ ଶନିବାର ସନ୍ଧ୍ୟା ୬ଟା ୩୦ରେ ପ୍ରସାରିତ ହେଉଛି। ଏହି ଧାରାବାହିକର ପ୍ରତ୍ୟେକ ଏପିସୋଡ୍‌ ‘ମଞ୍ଜରୀ’ର ୟୁଟ୍ୟୁବ ଚ୍ୟାନେଲ୍‌ରେ ମଧ୍ୟ ଉପଲବ୍‌ଧ ହେଉଛି।

‘ମଞ୍ଜରୀ’ ହେଉଛି ପ୍ରଥମ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ୍‌ ଯାହାକୁ ଓଡ଼ିଆ ଦର୍ଶକ ବିନା ମୂଲ୍ୟରେ ଦେଖିପାରିବେ। ଓଡ଼ିଶାର ପ୍ରାୟ ସମସ୍ତ ମଲ୍ଟି ସିଷ୍ଟମ୍‌ ଅପରେଟର୍‌, ଲୋକାଲ୍‌ କେବୁଲ୍ ନେଟ୍‌ୱର୍କ, ଏୟାର୍‌ଟେଲ୍‌ (ଚ୍ୟାନେଲ୍‌ ନମ୍ବର- ୬୦୦), ଟାଟା ସ୍କାଏ (ଚ୍ୟାନେଲ୍‌ ନମ୍ବର- ୧୭୭୭), ଡିସ୍‌ ଟିଭି (ଚ୍ୟାନେଲ୍‌ ନମ୍ବର-୧୩୦୯), ଭିଡିଓକନ୍‌ (ଚ୍ୟାନେଲ୍‌ ନମ୍ବର- ୮୩୦), ଇଏମ୍‌ ଡିଜିଟାଲ୍‌ (ଚ୍ୟାନେଲ୍‌ ନମ୍ବର-୧୧୪), ହାଥ୍‌ ୱେ (ଚ୍ୟାନେଲ୍‌ ନମ୍ବର-୭୩୩) ଓ ସିଟି କେବୁଲ୍‌ (ଚ୍ୟାନେଲ୍‌ ନମ୍ବର- ୧୬)ରେ ‘ମଞ୍ଜରୀ’ ଉପଲବ୍ଧ। ଦର୍ଶକଙ୍କ ସହିତ ଯୋଡ଼ିହୋଇ ରହିବା ପାଇଁ ‘ମଞ୍ଜରୀ’ ୟୁଟ୍ୟୁବ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ଟୁଇଟର୍‌ ଭଳି ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ମଧ୍ୟ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର