ଶ୍ରଦ୍ଧା କପୁର ଏବେ ସୁଟିଂକୁ ଫେରିବେ ନାହିଁ

ଲକ୍‌ଡାଉନ୍‌ ସମୟରେ ସମସ୍ତ ସୁଟିଂ ବନ୍ଦ ରହିଥିବା ବେଳେ ଏବେ ଅନ୍‌-ଲକ୍‌:୧ରେ ଧୀରେ ଧୀରେ ସବୁ ପୂର୍ବାବସ୍ଥାକୁ ଫେରିବାକୁ ଲାଗିଛି। ଏଥିସହ ବିଭିନ୍ନ ଚଳଚ୍ଚିତ୍ର, ଧାରାବାହିକ ଓ ବିଜ୍ଞାପନ ସୁଟିଂ ମଧ୍ୟ ଆରମ୍ଭ ହୋଇଗଲାଣି। କିନ୍ତୁ ଏବେ ଶ୍ରଦ୍ଧା କପୁର ଚଳଚ୍ଚିତ୍ରକୁ ଫେରିବେ ନାହିଁ ବୋଲି ଶକ୍ତି କପୁର ସ୍ପଷ୍ଟ ମନା କରିଦେଇଛନ୍ତି। ଲକ୍‌ଡାଉନ୍‌ ଆସ୍ତେ ଆସ୍ତେ ଖୋଲୁଥିଲେ ମଧ୍ୟ କରୋନା ଭୂତାଣୁ ଭାରତରୁ ଯାଇ ନାହିଁ। ଆଗକୁ ପରିସ୍ଥିତି ଆହୁରି ସଙ୍ଗିନ୍‌ ହେବାକୁ ଯାଉଛି। ଏଣୁ ମୁଁ ଶ୍ରଦ୍ଧାକୁ ଏବେ ବାହାରକୁ ସୁଟିଂ ପାଇଁ ଯିବାକୁ ଅନୁମତି ଦେବି ନାହିଁ। ମୁଁ ନିଜେ ମଧ୍ୟ ଏବେ କୌଣସି ସୁଟିଂ କରିବି ନାହିଁ ବୋଲି ଶକ୍ତି କପୁର ଏକ ସାକ୍ଷାତକାର‌‌ରେ କହିଛନ୍ତି।

ସମ୍ବନ୍ଧିତ ଖବର