ସଉଦା କିଣିବାକୁ ନିଜ ଭାଇ ସହ ବାହାରିଲେ ଶ୍ରଦ୍ଧା କପୁର

ନିକଟରେ ଗ୍ରୋସରି କିଣିବାକୁ ଲକ୍‌ଡାଉନ୍‌ରେ ଘରୁ ବାହାରିଥିଲେ ଶ୍ରଦ୍ଧା କପୁର୍‌। ଭାଇ ସିଦ୍ଧାର୍ଥ ସହ ସେ ମାର୍କେଟ୍‌ ଯାଇଥିବାର ଏକ ସେଲ୍‌ଫି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଶ୍ରଦ୍ଧା ଏବେ କରୋନା ମହାମାରୀ ସମ୍ପର୍କରେ ବିଭିନ୍ନ ସଚେତନ ବାର୍ତା ଦେଇ ଲୋକଙ୍କୁ ସତର୍କ କରାଉଛନ୍ତି। ସେହିପରି ଲୋକେ ସେମାନଙ୍କ ପୋଷା ଜନ୍ତୁଙ୍କୁ ଘରୁ ବାହାରକୁ ନଛାଡ଼ିବାକୁ ନିବେଦନ କରିଛନ୍ତି। ଏଥିସହ ସେ ନିଜେ କ୍ବାରାଣ୍ଟିନ୍‌ରେ ରହି ଘରେ କାମ କରି ଓ ବହି ପଢ଼ି ସମୟ ବିତାଉଥିବା କଥା ସେୟାର କରିଛନ୍ତି। ଶ୍ରଦ୍ଧା ଲଭ ରଞ୍ଜନଙ୍କ ଆଗାମୀ ଚଳଚ୍ଚିତ୍ର ‘ପ୍ୟାର୍‌କା ପଞ୍ଚନାମା’ରେ ରଣବୀରଙ୍କ ସହ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି।

ସମ୍ବନ୍ଧିତ ଖବର