ବଲିଉଡ୍‌ରେ ଗୋଟେ ଫିଲ୍ମ ପାଇଁ ୨ କୋଟି ନିଅନ୍ତି ଶ୍ରଦ୍ଧା, ପ୍ରଥମ ଥର ‘ସାହୋ’ ପାଇଁ ମିଳିଛି ଏତେ କୋଟି ଟଙ୍କା

ମୁମ୍ବାଇ : ସୁପରହିଟ୍‌ ଫିଲ୍ମ ‘ବାହୁବଲୀ’ ପରେ ଏବେ ପ୍ରଭାସଙ୍କ ଆଉ ଏକ ସୁପରହିଟ୍‌ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଅଗଷ୍ଟ ୩୦ରେ ଫିଲ୍ମ ‘ସାହୋ’ ରିଲିଜ୍‌ ହେବାକୁ ଥିବା ବେଳେ ଏହି ଫିଲ୍ମ ଜରିଆରେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ତେବେ ଶ୍ରଦ୍ଧା ଏହି ଫିଲ୍ମ ପାଇଁ ପାରିଶ୍ରମିକ ବାବଦକୁ ଅଧିକ ଟଙ୍କା ନେଇଥିବା ଜଣାପଡ଼ିଛି । ବଲିଉଡ୍‌ରେ ସେ ଗୋଟେ ଫିଲ୍ମ ପାଇଁ ୨କୋଟି ଟଙ୍କା ଡିମାଣ୍ଡ କରୁଥିବା ବେଳେ ‘ସାହୋ’ ପାଇଁ ତାଙ୍କୁ ୭କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି।

DNA India

ସାଧାରଣତଃ  ସାଉଥ୍‌ ଅଭିନେତ୍ରୀମାନଙ୍କୁ ଏତେ ଟଙ୍କା ଦିଆଯାଇ ନ ଥାଏ । ଖାସ୍‌ କରି ଡେବ୍ୟୁ କରୁଥିବା ଅଭିନେତ୍ରୀମାନଙ୍କୁ ଏତେ ଟଙ୍କା ଦିଆ ଯାଉ ନଥିବା ବେଳେ ଶ୍ରଦ୍ଧାଙ୍କୁ ପ୍ରଥମ ଥର ପାଇଁ ୭କୋଟି ଟଙ୍କା ଦିଆଯାଇଛି । ଫିଲ୍ମରେ ଶ୍ରଦ୍ଧା ଅମୃତା ନାୟରଙ୍କ ଭୂମିକାରେ ନଜର ଆସିବେ । ଏ ଫିଲ୍ମରେ ସେ ପ୍ରଥମ ଥର ପାଇଁ କ୍ରାଇମ୍‌ ବ୍ରାଞ୍ଚ ଅଫିସର ବନିଛନ୍ତି । ଫିଲ୍ମର ଟ୍ରେଲରରେ ତାଙ୍କର ଦମଦାର ଆକ୍ସନ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର