ନୂଆଦିଲ୍ଲୀ: ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରଦ୍ଧା କପୁର । ଏପର୍ଯ୍ୟନ୍ତ ଶ୍ରଦ୍ଧା ଅନେକ ହିଟ୍ ଫିଲ୍ମ ସିନେମା ଶିଳ୍ପକୁ ଭେଟି ଦେଇ ସାରିଛନ୍ତି।
ଶ୍ରଦ୍ଧାଙ୍କ ଅଭିନୀତ ଶେଷ ଫିଲ୍ମ "ସ୍ତ୍ରୀ-୨" ବହୁତ ହିଟ୍ ହୋଇଥିଲା। ଏହି ସିନେମା ହିଟ ହେବାପରେ ଶ୍ରଦ୍ଧା ତାଙ୍କର ଫିସ୍ ଦୁଇଗୁଣ କରି ଦେଇଥିବା ପ୍ରକାଶିତ ରିପୋର୍ଟରୁ ସୂଚନା ମିଳିଛି। ଶ୍ରଦ୍ଧାଙ୍କ ପୂର୍ବରୁ ‘ସ୍ତ୍ରୀ-୨’ ସିନେମାର ଅଭିନେତା ରାଜକୁମାର ରାଓ ମଧ୍ୟ ନିଜର ଫିସ୍ ପାଞ୍ଚ କୋଟିକୁ ବୃଦ୍ଧି କରିଥିଲେ।
ଶ୍ରଦ୍ଧା କପୁର ଏକତା କପୁରଙ୍କ ସହିତ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ପାରିଶ୍ରମିକକୁ ଦ୍ୱିଗୁଣିତ ବୃଦ୍ଧି କରି ୧୭ କୋଟି ଟଙ୍କା କରିଛନ୍ତି। କେବଳ ଏତିକି ନୁହେଁ ଯଦି ସିନେମା ସଫଳ ହେଲା ତେବେ ଲାଭର ଏକ ଅଂଶ ଶ୍ରଦ୍ଧା ନେବେ ବୋଲି ଦାବି କରିଛନ୍ତି।
ଶ୍ରଦ୍ଧା ଏବଂ ଏକତା କପୁରଙ୍କ ମଧ୍ୟରେ ଏକ ଉଚ୍ଚ ଧରଣର ଥ୍ରୀଲର୍ ଫିଲ୍ମ ନିର୍ମାଣକୁ ନେଇ ଆଲୋଚନା ଚାଲିଛି। ସିନେମାକୁ ଅନିଲ ବର୍ଭେଙ୍କ ନିର୍ଦ୍ଦେଶନା ଦେବେ।