ନିଜ ଲଭ୍‌ ସିକ୍ରେଟ୍‌ କେହି ନ ଜାଣି ପାରନ୍ତୁ ବୋଲି ଏହି ରିୟାଲିଟି ସୋ’କୁ ଆସିବାକୁ ମନା କଲେ ଶ୍ରଦ୍ଧା କପୁର

ମୁମ୍ବାଇ : ସବୁ କଳାକାରଙ୍କର ନିଜ ନିଜର ସିକ୍ରେଟ୍‌ ରହିଥାଏ । ଯାହା ଅତି ସହଜରେ ବାହାରକୁ ଆସି ପାରି ନ ଥାଏ । ବାହାରୁ ଭଲ ଦେଖାଯାଉଥିବା କଳାକାରମାନଙ୍କର ବ୍ୟକ୍ତିଗତ ଜୀବନରେ କ’ଣ ଘଟୁଛି ତାହା ଜାଣିବା କଷ୍ଟକର ହୋଇଥିବା ବେଳେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏ ନେଇ ଏକ ରିୟାଲିଟି ସୋ’କୁ ଆସିବାକୁ ମନା କରି ଦେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ରିୟାଲିଟି ସୋ’ କଫି ଉଇଥ୍‌ କରଣର ଏବେ ସିଜିନ୍‌-୬ ଚାଲୁଥିବା ବେଳେ ଏହି ସୋ’କୁ କରଣ ଶ୍ରଦ୍ଧାଙ୍କୁ ଅତିଥି ହିସାବରେ ଡ଼ାକିଥିଲେ । କିନ୍ତୁ ଶ୍ରଦ୍ଧା ଏହି ସୋ’କୁ ଯିବା ପାଇଁ ମନା କରି ଦେଇଥିବା ଜଣାପଡ଼ିଛି । ନିଜର ବ୍ୟକ୍ତିଗତ ଜୀବନ ଏବଂ ପ୍ରେମ ଜୀବନ ବିଷୟରେ କାହାକୁ ଜଣାଇବାକୁ ଚାହୁଁ ନଥିବାରୁ ଶ୍ରଦ୍ଧା ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଏବେ ଶ୍ରଦ୍ଧାଙ୍କ ମନା କରିବା ପରେ କରଣ ଅଭିନେତ୍ରୀ ଭୂମି ପେଡ଼୍‍ନେକରଙ୍କୁ ଅତିଥି ହିସାବରେ ଡ଼ାକିଛନ୍ତି ।

ସମ୍ବନ୍ଧିତ ଖବର