ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏଇ କିଛିଦିନ ହେବ ସଫଳତାର ପରେ ସଫଳତା ପାଇ ଚାଲିଛନ୍ତି। ହରର କମେଡି ଚଳଚ୍ଚିତ୍ର ସ୍ତ୍ରୀ-୨ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ବକ୍ସଅଫିସରେ ଏହି ସିନେମା ଜବରଦସ୍ତ ଆୟ କରୁଛି । ସେହିପରି ଫିଲ୍ମର ସଫଳତା ନେଇ ଷ୍ଟାରକାଷ୍ଟ ମଧ୍ୟ ବେଶ ଖୁସି ଅଛନ୍ତି ।
ଏହି କ୍ରମରେ ଶ୍ରଦ୍ଧାଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ୯୧.୯ ନିୟୁତ ଫଲୋର୍ସ ଅଛନ୍ତି ଏବଂ ସେ ଇନଷ୍ଟାଗ୍ରାମରେ ସର୍ବାଧିକ ଫଲୋର୍ସ ସହ ଦ୍ୱିତୀୟ ଷ୍ଟାର ହୋଇପାରିଛନ୍ତି ।
ଶ୍ରଦ୍ଧା ଏହି ସ୍ଥାନ ଅଧିକାର କରିବା ପରେ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି। ସମ୍ପ୍ରତି ଶ୍ରଦ୍ଧାଙ୍କ ଇନଷ୍ଟାଗ୍ରାମରେ ୯୧.୯ ମିଲିୟନ ଅନୁଗାମୀ ରହିଛନ୍ତି। ଶ୍ରଦ୍ଧାଙ୍କ ଏହି ସଫଳତା ପରେ ଦ୍ୱିତୀୟ ସ୍ଥାନରେ ଥିବା ପ୍ରିୟଙ୍କା ବର୍ତ୍ତମାନ ୯୧.୮ ଅନୁଗାମୀଙ୍କ ସହ ତୃତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି। ଏହି ତାଲିକାରେ ବିରାଟ କୋହଲି ପ୍ରଥମସ୍ଥାନରେ ରହିଛନ୍ତି। ୯୧.୩ ନିୟୁତ ଅନୁଗାମୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିପରି ୮୫.୨ ନିୟୁତ ଅନୁଗାମୀଙ୍କ ସହ ଆଲିଆ ଭଟ୍ଟ ୫ ନମ୍ବରରେ ଅଛନ୍ତି। ୮୦.୪ ନିୟୁତ ଅନୁଗାମୀଙ୍କ ସହ କ୍ୟାଟ୍ରିନା କୈଫ ଷଷ୍ଠ ସ୍ଥାନରେ ଅଛନ୍ତି।
ଏଥିସହିତ ଦୀପିକା ପାଦୁକୋନଙ୍କ କଥା କହିବାକୁ ଗଲେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୭୯.୯ ନିୟୁତ ଥିବା ବେଳେ ସେ ଏହି ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି। ନେହା କକ୍କଡ଼ ୭୮.୭ ନିୟୁତ ଅନୁଗାମୀଙ୍କ ସହ ଅଷ୍ଟମ ସ୍ଥାନରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/EA3GAFEE0jmnHOVnmFMA.jpg)