‘ଷ୍ଟ୍ରିଟ୍ ଡାନ୍ସର୍ ୩ଡି’ର ନାୟିକା ଭୂମିକା ତାଙ୍କ ପରିବର୍ତ୍ତେ ଅନ୍ୟଜଣଙ୍କୁ ମିଳିବା ଶୁଣି ରାଗି ଯାଇଥିଲେ ଶ୍ରଦ୍ଧା କପୁର୍ !

ମୁମ୍ବାଇ: ବରୁଣ ଧଓ୍ୱନ୍ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ତଥା ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମ ‘ଷ୍ଟ୍ରିଟ୍ ଡାନ୍ସର୍ ୩ଡି’ର ଟ୍ରେଲର୍ ଏବଂ ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଜଣାଯାଇଛି। ଏହି ସିନେମା ପାଇଁ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି ବରୁଣ ଧଓ୍ୱନ୍ ଓ ଶ୍ରଦ୍ଧା କପୁର୍।

ହେଲେ ଆପଣ କ’ଣ ଜାଣନ୍ତି କି ‘ଷ୍ଟ୍ରିଟ୍ ଡାନ୍ସର୍ ୩ଡି’ର ନାୟିକା ଭୂମିକା ଲାଗି ନିର୍ଦ୍ଦେଶକ ରେମୋ ଡିସୁଜା ପ୍ରଥମେ କାଟ୍ରିନା କୈଫଙ୍କୁ ଅଫର୍ ଦେଇଥିଲେ। ଏକଥା ଜାଣିବା ପରେ ଶ୍ରଦ୍ଧା ଖୁବ୍ ରାଗି ଯାଇଥିଲେ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

image source-ndtv

ସେତେବେଳେ କାଟ୍ରିନା କୈଫ୍ ସଲମାନ୍ ଖାନଙ୍କ ଅଭିନୀତ ‘ଭାରତ୍’ରେ କାମ କରିବାକୁ ପ୍ରସ୍ତୁତ ହେଉଥିଲେ। ଉଭୟ ‘ଷ୍ଟ୍ରିଟ୍ ଡାନ୍ସର୍ ୩ଡି’ ଓ ‘ଭାରତ୍’ର ସୁଟିଂ ସିଡ୍ୟୁଲ୍ ପାଖାପାଖି  ହେଉଥିବାରୁ  କାଟ୍ରିନା କୈଫ୍ ରେମୋଙ୍କ ଫିଲ୍ମକୁ  ହାତଛଡ଼ା  କରିଥିଲେ। ଏହାପରେ  ରେମୋ  ପୁଣି ଥରେ  ଶ୍ରଦ୍ଧା  କପୁରଙ୍କୁ ନାୟିକା ଭୂମିକା  ଲାଗି  ପ୍ରସ୍ତାବ ଦେଇଥିଲେ ଏବଂ ତତକ୍ଷଣାତ୍ ସେ ରାଜି ହୋଇଯାଇଥିଲେ।

Image result for street dancer 3d
image source-pinkvilla

‘ଷ୍ଟ୍ରିଟ୍ ଡାନ୍ସର୍ ୩ଡି’ ଚଳିତ ମାସ ୨୪ ତାରିଖରେ ମୁକ୍ତିଲାଭ କରିୁଛି। ଏଥିରେ ଶ୍ରଦ୍ଧା ଏବଂ ବରୁଣଙ୍କ ବ୍ୟତୀତ ନୋରା ଫତେହି ଓ ପ୍ରଭୁଦେବାଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏହାଛଡ଼ା ରୋମୋଙ୍କ ପୂର୍ବ ଫିଲ୍ମ ‘ଏବିସିଡି’ ଏବଂ ‘ଏବିସିଡି-୨’ରେ ନଜର ଆସଥିବା ଅଧିକାଂଶ କଳାକାର ବି ଏହି ସିନେମାରେ ଅଭିନୟ କରିଥିବା ଜଣାପଡ଼ିଛି। ଭୂଷଣ କୁମାର, ଦିବ୍ୟା ଖୋସଲା କୁମାର , କିଶନ୍ କୁମାର ଏବଂ ଲିଜେଲି ଡିସୁଜା ‘ଷ୍ଟ୍ରିଟ୍ ଡାନ୍ସର୍ ୩ଡି’ର ପ୍ରଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର