ମୁମ୍ବାଇ:ବଲିଉଡର ଲୋକପ୍ରିୟ ନାୟିକା ଶ୍ରଦ୍ଧା କପୁର ଏବେ କୌଣସି ଫିଲ୍ମ ପାଇଁ ଚର୍ଚ୍ଚାରେ ନାହାଁନ୍ତି ,ବରଂ ନିଜର ବାହାଘର ପାଇଁ ଚର୍ଚ୍ଚିତା ହୋଇଛନ୍ତି। ସଦ୍ୟତମ ଖବର ଅନୁଯାୟୀ ଶ୍ରଦ୍ଧା କପୁର ୨୦୨୦ ରେ ନିଜର ବୟଫ୍ରେଣ୍ଡ୍‌ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ଆହୁରି ମଧ୍ୟ କୁହାଯାଇଛି ଯେ ଝିଅ ଶ୍ରଦ୍ଧାର ବାହାଘର ଲାଗି ମାଆ ଶିବାଙ୍ଗୀ କପୁର ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Advertisment

publive-image photo- indiatoday

ରୋହନ୍‌ ହେଉଛନ୍ତି ଜଣେ ଲୋକପ୍ରିୟ ଫଟୋଗ୍ରାଫର୍‌।ଶ୍ରଦ୍ଧା ଓ ରୋହନ୍‌ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣନ୍ତି। ଏକଥାକୁ ସ୍ୱୀକାର କରିନାହାନ୍ତି ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର। ଦୁହେଁ ବାହା ହେଉଥିବା ଖବର ବିଷୟରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ଶକ୍ତି କପୁର। ସେ କହିଛନ୍ତି ଯେ ଶ୍ରଦ୍ଧା ୪/୫ ବର୍ଷ ଯାଏଁ ବାହା ହେବେନି,ବରଂ ନିଜର କ୍ୟାରିଅର୍‌ ଉପରେ ଅଧିକ ଧ୍ୟାନ ଦେବେ। ତେବେ ରୋହନଙ୍କ ବାପାଙ୍କୁ ସେ ଭଲ ଭାବେ ଜାଣନ୍ତି ବୋଲି ଶକ୍ତି କପୁର କହିଛନ୍ତି। ରୋହନ୍‌ ଶ୍ରଦ୍ଧାଙ୍କୁ ଜାଣନ୍ତି,କିନ୍ତୁ ଡେଟ୍‌ କରୁନାହାଁନ୍ତି ବୋଲି କହିଛନ୍ତି।

ଅପରପକ୍ଷରେ ଶ୍ରଦ୍ଧା କପୁରଙ୍କ ତିନିଟି ଫିଲ୍ମ ରିଲିଜ୍‌ ଅପେକ୍ଷାରେ ରହିଛି। ଏଥିମଧ୍ୟରୁ ପ୍ରଥମଟି ହେଲା ପ୍ରଭାସଙ୍କ ସହ ତାଙ୍କ ଅଭିନୀତ ‘ସାହୋ’। ତା’ ପଛକୁ ବରୁଣ ଧଓ୍ଵନଙ୍କ ସହିତ ‘ଷ୍ଟ୍ରିଟ୍‌ ଡାନ୍‌ସର୍‌’ ଓ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ‘ଛିଛୋ ରେ’ ଆସୁଛି।