ସିନେମା ଟ୍ରେଲରରେ ଦର୍ଶକ ଦେଖିବାକୁ ପାଇଲେ ଶ୍ରଦ୍ଧା ହତ୍ୟାକାଣ୍ଡର କିଛି ଝଲକ, ହିରୋ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ବୁଧବାର ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ହିଟ: ଦ ସେକେଣ୍ଡ କେସ’ ର ଟ୍ରେଲରକୁ ଦେଖି ଅନେକ ଦର୍ଶକ ଅନୁଭବ କରିଛନ୍ତି ଯେ ସେମାନେ ଶ୍ରଦ୍ଧା ହତ୍ୟାକାଣ୍ଡର ଝଲକ ଦେଖୁଛନ୍ତି।

ଏହି ପ୍ରସଙ୍ଗ ସହ ଜଡିତ ପ୍ରଶ୍ନ ଉପରେ ଫିଲ୍ମର ହିରୋ ଅଦିବି ଶେଷ କହିଛନ୍ତି ଯେ ଏହା କେବଳ ଏକ ସଂଯୋଗ। ‘ହିଟ: ଦ ସେକେଣ୍ଡ କେସ’ ର କାହାଣୀ ଜଣେ ଯୁବତୀଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା ଘଟଣାର ତଦନ୍ତ ସହିତ ଜଡିତ ରହିଛି। ଏହା ସହିତ ହତ୍ୟା କରାଯାଇଥିବା ଯୁବତୀଙ୍କ ବୃଦ୍ଧ ପିତା କହୁଛନ୍ତି, ‘ଯେ ସେ ମୋ ଝିଅକୁ ଖଣ୍ଡ ଖଣ୍ଡ କରି ହତ୍ୟା କରିଛି। ମୃତ ଯୁବତୀଙ୍କ ନାମ ଫିଲ୍ମରେ ସଞ୍ଜନା ଥିବା ଜଣାପଡ଼ିଛି।

ହାଇଦ୍ରାବାଦରେ ଫିଲ୍ମର ଟିଜର ରିଲିଜ କରି ଶେଷ କହିଛନ୍ତି ଯେ ନିର୍ଦ୍ଦେଶକ ଶୈଳେଶ କୋଲାନୁ ଏହି ହତ୍ୟାକାଣ୍ଡର କିଛି ମାସ ପୂର୍ବରୁ ଏହି କାହାଣୀ ଲେଖିଥିଲେ। ଏହା ମଧ୍ୟ ଏକ ସଂଯୋଗ ଯେ ‘ହିଟ: ଦ ସେକେଣ୍ଡ କେସ’ର ଏକ ଚରିତ୍ରର ନାମ ମଧ୍ୟ ଶ୍ରଦ୍ଧା ରହିଛି। ଏଠାରେ ଶ୍ରଦ୍ଧା ପୁଲିସ ଅନୁସନ୍ଧାନ ଦଳର ଜଣେ ସଦସ୍ୟ ରହିଛନ୍ତି।

ଦିଲ୍ଲୀରେ ଶ୍ରଦ୍ଧାଙ୍କ ସହିତ ଯେଭଳି ଘଟଣା ଘଟିଛି, ସେମିତି କିଛି କାହାଣୀ ସିନେମାରେ ରହିଥିବା ଶେଷ କହିଛନ୍ତି। ତେବେ ନିକଟରେ ଏମିତି ଏକ ଘଟଣା ଘଟିଥିବା ବେଳେ ଆମର ସିନେମା ଟ୍ରେଲର ରିଲିଜ ହେବା ଏକ ସଂଯୋଗ ଠାରୁ ଅଧିକା କିଛି ନୁହେଁ।

ସମ୍ବନ୍ଧିତ ଖବର