ମୁମ୍ବାଇ: ବଲିଉଡ୍ ଅଭିନେତା ରାଜକୁମାର ରାଓ ଫିଲ୍ମ ସ୍ତ୍ରୀରେ ଶ୍ରଦ୍ଧା କପୁରଙ୍କ ସହ ଅଭିନୟ କରିଛନ୍ତି । ନିର୍ଦ୍ଦେଶକ ଏହି ଦୁଇ ଯୋଡ଼ିକୁ ପ୍ରଥମ କରି ପରଦା ଉପରକୁ ଆଣିଥିବା ବେଳେ ପରଦା ଉପରେ ଏହି ଯୋଡ଼ି କମାଲ କରିବ ବୋଲି ଜଣା ପଡ଼ିଛି । ଫିଲ୍ମଟି ଏକ ହରର କମେଡ଼ି ହୋଇଥିବା ବେଳେ ବକ୍ସ ଅଫିସରେ ଏହାକୁ ସଫଳତା ମିଳିବ ବୋଲି ଆଶା କରାଯାଉଛି । ତେବେ ଏତେ ସବୁ ମଧ୍ୟରେ ଆଉ ଏକ କଥା ସାମ୍ନାକୁ ଆସିଛି ।
/sambad/media/post_attachments/wp-content/uploads/2018/08/261344-stree-300x169.jpg)
ସୂଚନା ମୁତାବକ, ରାଜକୁମାର-ଶ୍ରଦ୍ଧାଙ୍କ ଯୋଡ଼ି ୫ବର୍ଷ ପୂର୍ବରୁ ବନି ସାରିଥିଲା । ୨୦୧୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘କାଇ ପୋ ଛେ’ରେ ରାଜକୁମାରଙ୍କ ସହ ଶ୍ରଦ୍ଧା ନଜର ଆସିବେ ବୋଲି ଜଣା ପଡ଼ିଥିଲା । କିନ୍ତୁ ସମୟ ଅଭାବ ହେବାରୁ ଶ୍ରଦ୍ଧା ସମୟ ଦେଇ ପାରି ନଥିଲେ । ଯାହା ପରେ ଶ୍ରଦ୍ଧାଙ୍କ ସ୍ଥାନରେ ଅମୃତା ପୁରୀଙ୍କୁ ନିଆଯାଇଥିଲା ।