ପରଲୋକରେ ଅଭିନେତା ଜଗେଶ ମୁକତି, ଓଜନ ନେଲା ଜୀବନ

ମୁମ୍ବାଇ : ହିନ୍ଦୀ ଧାରାବାହିକ ଶ୍ରୀ ଗଣେଶ ଏବଂ ଅମିତା କା ଅମିତ ଭଳି ଭଳି ସୋ’ରେ ନଜର ଆସିଥିବା ଅଭିନେତା ଜଗେଶ ମୁକତିଙ୍କ ଦେହାନ୍ତ ହୋଇଛି | ମାତ୍ର ୪୭ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି | ବୁଧବାର ମୁମ୍ବାଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି | ତେବେ ତାଙ୍କର ଓଜନ ତାଙ୍କର ଜୀବନ ନେଇଥିବା କହିଛନ୍ତି ଜଗେଶ ମୁକତିଙ୍କ ବନ୍ଧୁ | ଜୁନ ୫ରେ ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ମୁମ୍ବାଇର ଏକ ଡାକ୍ତରଖାନାକୁ ତାଙ୍କୁ ଅଣା ଯାଇଥିଲା | ପରେ ତାଙ୍କର କୋଭିଡ-୧୯ ପାଇଁ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଥିଲା |

ଜଗେଶ ମୁକାଟିଙ୍କ ଘନିଷ୍ଠ ବନ୍ଧୁ ସଞ୍ଜୟ ଗୋରାଡିଆ କହିଛନ୍ତି ଯେ, ଅଭିନେତାଙ୍କ ଓଜନ ତାଙ୍କ ସ୍ୱାସ୍ଥ୍ୟରେ ଜଟିଳତା ସୃଷ୍ଟି କରିଥିଲା । ପରେ ତାଙ୍କର ଆସ୍ଥମା ସମସ୍ୟା ସ୍ୱାସ୍ଥ୍ୟାବସ୍ଥାକୁ ଆହୁରି ଜଟିଳ କରିଥିଲା | ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା, ଯାହା ନେଗେଟିଭ ଆସିଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲେ ମଧ୍ୟ ବୁଧବାର ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ |

Jagesh Mukati Dies: TV Star Jagesh Mukati death Suffering From ...
Jansatta

ହିନ୍ଦୀ ଧାରାବାହିକ ‘ଶ୍ରୀ ଗଣେଶ’ ଏବଂ ‘ଅମିତା କା ଅମିତ’ ସହ ବଲିଉଡ ଫିଲ୍ମ ‘ମନ’ ଏବଂ ‘ହସି ତୋ ଫସି’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର