ସିଙ୍ଗାପୁର ଏୟାରଲାଇନ୍ସ ଉପରେ ଅସନ୍ତୋଷ ପ୍ରକାଶ କଲେ ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲ, ଜାଣନ୍ତୁ କାରଣ

ମୁମ୍ବାଇ : ବଲିଉଡ୍‌ କଣ୍ଠଶିଳ୍ପୀ ଶ୍ରେୟା ଘୋଷଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସିଙ୍ଗାପୁର ଏୟାରଲାଇନ୍ସ ଶ୍ରେୟାଙ୍କୁ ତାଙ୍କ ସଙ୍ଗୀତ ଉପକରଣ ନେବା ପାଇଁ ଅନୁମତି ନ ଦେବାରୁ ଶ୍ରେୟା ଅସନ୍ତୋଷ ପ୍ରକାଶ କରିଥିବା ଜଣା ପଡ଼ିଛି । ଏଭଳି ଘଟଣା ଘଟିବା ପରେ ଟୁଇଟ୍‌ କରି ମୋତେ ଲାଗୁଛି କୌଣସି ସଙ୍ଗୀତକାର ବା ଅନ୍ୟ ଲୋକ କେହି ନିଜର ମୂଲ୍ୟବାନ ଜିନିଷ ସାଥୀରେ ନେଇ ଯାତ୍ରା କରୁ ତାହା ସିଙ୍ଗାପୁର ଏୟାରଲାଇନ୍ସ ଚାହୁଁ ନାହିଁ ବୋଲି ଲେଖିଥିଲେ ଶ୍ରେୟା ।

bollywoodtadka.in

ଶ୍ର୍ରେୟାଙ୍କ ଏଭଳି ଟୁଇଟ୍‌ ଭାଇରାଲ ହେବା ପରେ, ସିଙ୍ଗାପୁର ଏୟାରଲାଇନ୍ସ ନିଜ କର୍ମଚାରୀଙ୍କ ଭୁଲ ପାଇଁ ଶ୍ରେୟାଙ୍କୁ କ୍ଷମା ମାଗିବା ସହ ଘଟିଥିବା ଘଟଣାକୁ ନେଇ ଅଧିକ ସୂଚନା ମାଗିଥିଲେ । ତେବେ ଶ୍ରେୟାଙ୍କ ସହ ଏଭଳି ଘଟିଥିବା ଘଟଣାର ପୂରା କାରଣ ସାମ୍ନାକୁ ଆସି ପାରି ନାହିଁ ।

ସମ୍ବନ୍ଧିତ ଖବର