ପରଦା: ମାଧୁରୀଙ୍କୁ ବାହା ହେବା ପୂର୍ବରୁ ତାଙ୍କ ଫିଲ୍ମ ଦେଖି ନଥିଲେ ଶ୍ରୀରାମ

୫୩ ବର୍ଷରେ ପଦାର୍ପଣ କରିବା ଅବସରରେ ବଲିଉଡ୍‌ର ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ତାଙ୍କ ଜୀବନର କିଛି ଅକୁହା କଥାକୁ ଲୋକଲୋଚନକୁ ଆଣିଛନ୍ତି। ସେ କହିଛନ୍ତି, ଯେବେ ‌ମୁଁ ଶ୍ରୀରାମ ନେନେଙ୍କୁ ଭେଟିଲି, ସେ ମତେ ଅଜଣା ବ୍ୟକ୍ତି ଭାବେ ବ୍ୟବହାର କଲେ। ଯେମିତି ସେ ମତେ ଜାଣନ୍ତି ନାହିଁ। ପ୍ରଥମ ‌ସାକ୍ଷାତରେ ଶ୍ରୀରାମ ମାଧୁରୀଙ୍କୁ ପାହାଡ଼ ଉପରକୁ ସାଇକେଲ୍‌ ନେଇଯିବାକୁ କହିଥିଲେ। ଶ୍ରୀରାମ ଯେବେ ମାଧୁରୀଙ୍କୁ ବିବାହ କଲେ, ସେତେବେଳକୁ ମଧ୍ୟ ସେ ଜାଣିନଥିଲେ ଯେ ମାଧୁରୀ ଏତେ ବଡ଼ ବଲିଉଡ୍‌ ତାରକା। ତାଙ୍କ ବିବାହ ଭୋଜିରେ ଶ୍ରୀରାମ କେବଳ ଅମିତାଭ ବଚ୍ଚନଙ୍କୁ ହିଁ ଚିହ୍ନି ପାରିଥିଲେ। ସେ ସ୍କୁଲ୍‌ରେ ପଢ଼ିବା ବେଳେ ଅମିତାଭଙ୍କ ‘ଅମର ଆକବର ଆନ୍ଥୋନି’ ଚଳଚ୍ଚିତ୍ର ଦେଖିଥିଲେ।

ସମ୍ବନ୍ଧିତ ଖବର