ନୂଆଦିଲ୍ଲୀ: 'ଲେଡି ସୁପରଷ୍ଟାର' ନୟନତାରାଙ୍କ ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍' ମୁକ୍ତିଲାଭ କରିଛି। ନଭେମ୍ବର ୧୮ରେ ଏହା ରିଲିଜ୍ ହୋଇଥିବା ବେଳେ ଅଭିନେତ୍ରୀ, ସୁପରଷ୍ଟାର ଧନୁଷଙ୍କୁ ଟାର୍ଗେଟ କରିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାରେ । ଏକ ଇନଷ୍ଟା ପୋଷ୍ଟ ଜରିଆରେ ଆଉ କେତେ ତଳକୁ ଖସିବ ବୋଲି ଧନୁଷଙ୍କୁ ପଚାରିଥିଲେ ନୟନ | ଏବେ ତାଙ୍କୁ ତାମିଲ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ସମର୍ଥନ କରିଥିବା ଦେଖା ଯାଇଛି ।
କେହି କେହି ତାଙ୍କ ଇନଷ୍ଟା ପୋଷ୍ଟକୁ ଲାଇକ କରି ଏବଂ କେହି କେହି ତାଙ୍କ ଇନଷ୍ଟା ପୋଷ୍ଟକୁ ସେୟାର କରି ତାଙ୍କୁ ସମର୍ଥନ କରିଛନ୍ତି | ୨ଦିନ ତଳେ ନୟନ ଇନଷ୍ଟାରେ ପୋଷ୍ଟ କରିଥିଲେ ଯେ, “ଏନଓସି ପାଇଁ ଆପଣଙ୍କ ସହିତ ଦୀର୍ଘ ଦୁଇ ବର୍ଷର ଲଢ଼େଇ ପରେ ଆମେ ହାର୍ ମାନିଛୁ। ଆପଣ 'ନାନୁମ୍ ରାଉଡି ଧାନ'ର କୌଣସି ବି ଦୃଶ୍ୟ ବା ଗୀତ ଦେବା ପାଇଁ ଅନୁମତି ନଦେବାରୁ ଆମେ ଡକ୍ୟୁମେଣ୍ଟାରୀକୁ ପୁଣି ଥରେ ଏଡିଟ୍ କରି ଏହାକୁ ରିଲିଜ୍ କରିବାକୁ ଯାଉଛୁ। ଏବେ ଯାଏ ଆପଣ ଯେତେ ତଳକୁ ଖସିଥିଲେ, ଏହା ତା’ଠାରୁ ବି ନିମ୍ନସ୍ତର। ଫିଲ୍ମର ଅଡିଓ ଲଞ୍ଚ ସମୟରେ ମଞ୍ଚରେ ନିଜ ପ୍ରଶଂସକଙ୍କ ଆଗରେ ଯେଉଁ ମଣିଷ ବୋଲି ଆପଣ ଦେଖାନ୍ତି, ଯଦି ଅସଲ ଜୀବନରେ ତା’ର ଅଧା ବି ହୋଇଥାନ୍ତେ ତେବେ କେତେ ଭଲ ହୋଇଥାନ୍ତା। ଆମକୁ ୧୦କୋଟିର ନୋଟିସ୍ ମିଳିଛି ଏବଂ ଆମେ ଏହାର ଉଚିତ୍ ଜବାବ ଦେବୁ।"
ତାଙ୍କର ଏହି ପୋଷ୍ଟକୁ ଧନୁଷଙ୍କ ସହ କାମ କରିଥିବା ଅଭିନେତ୍ରୀ ଶ୍ରୁତି ହସନ, ଐଶ୍ୱର୍ଯ୍ୟା ରାଜେଶ (ଭଡା ଚେନ୍ନାଇ), ଐଶ୍ୱର୍ଯ୍ୟା ଲକ୍ଷ୍ମୀ (ଜଗାମ ଥାଣ୍ଡିରାମ), ନଜ୍ରିଆ ଫହାଦ୍ (ନଇୟାଣ୍ଡି), ଅନୁପମା ପରମେଶ୍ୱରନ୍ (କୋଡି), ପାର୍ବତୀ ଥିରୁଭୋଥୁ (ମରିୟନ୍), ମନଜିମା ମୋହନ (ନୀଲାଭୁକୁ ଏନ୍ମେଲ ଏନଡି କୋବାନ୍), ଏବଂ ଗୌରୀ ଜି କିଶନ(କର୍ଣ୍ଣନ୍) ଲାଇକ କରି ଅଭିନେତ୍ରୀ ନୟନଙ୍କୁ ସମର୍ଥନ କରିଛନ୍ତି | ପ୍ରତିକ୍ରିୟାରେ କିଛି ଲେଖିନଥିଲେ ବି ସେମାନେ ପୋଷ୍ଟକୁ ପସନ୍ଦ କରି ସମର୍ଥନ କରୁଥିବା ସ୍ପଷ୍ଟ କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/18/Fa4eSLyvTlVImzNcRe09.jpg)