ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶ୍ବେତା ତିୱାରୀ ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଏକ୍ତା କପୁରଙ୍କ ଧାରାବାହିକ ‘କୌସଟୀ ଜିନ୍ଦେଗୀ କୀ’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ଏହି ଧାରାବାହିକ ଜରିଆରେ ସେ ଘରେ ଘରେ ପରିଚିତ ହୋଇଥିଲେ।
ତେବେ ତାଙ୍କ ବ୍ୟକ୍ତିଗତ ଜୀବନ କଥା କହିବା ତ ତାଙ୍କ ଜୀବନରେ ଅନେକ ଝଡ଼ଝଞ୍ଜା ଆସିଛି। ଦୁଇ ଦୁଇ ଥର ବିବାହ କରି ମଧ୍ୟ ସଂସାର କରିପାରିନାହାନ୍ତି ଶ୍ବେତା। ତେବେ ତାଙ୍କ ପ୍ରଥମ ସ୍ବାମୀଙ୍କ ଝିଅ ପଲକ ତିୱାରୀ ହୋଇଥିବା ବେଳେ ଦ୍ବିତୀୟ ବିବାହରେ ତାଙ୍କର ରେୟାନ୍ସ ନାମକ ଏକ ପୁଅ ଅଛି।
ଆଜିକାଲି ଶ୍ବେତା ତାଙ୍କ ପିଲାଙ୍କ ସହ ଛୁଟି କାଟିବାକୁ ଯାଇଛନ୍ତି। ପଲକ ଅଭିନେତ୍ରୀ ସଲ୍ମାନ ଖାନ୍ଙ୍କ ସହ ଫିଲ୍ମରେ ଡେବ୍ୟୁ କରି ସାରିଥିବା ବେଳେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିଚିତା ପାଲଟି ପାରିଛନ୍ତି।
ଶ୍ବେତାଙ୍କ ପ୍ରଥମ ବିବାହ ରାଜ ତିୱାରୀଙ୍କ ସହ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା। ୧୯୯୮ ମସିହାରେ ଦୁହେଁ ଦୁହିଁଙ୍କୁ କିଛି ଦିନ ଡେଟ୍ କରିବା ପରେ ବିବାହ କରିଥିଲେ। ୨୦୦୭ ମସିହାରେ ଶ୍ବେତା ରାଜାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ଅଲଗା ହୋଇଗଲେ। ଝିଅ ଶ୍ବେତାଙ୍କୁ ମିଳିଲା ତାଙ୍କ ରକ୍ଷଣାବେକ୍ଷଣ ଦାୟିତ୍ବ। ଜଣେ ‘ସିଙ୍ଗଲ୍ ମଦର’ ହୋଇ ମଧ୍ୟ ସେ ତାଙ୍କ ଝିଅକୁ ଖୁବ୍ ଭଲ ଭାବେ ବଡ଼ କରିଛନ୍ତି।
ତେବେ ଏହି କଥାକୁ ରାଜା ଚୌଧୁରୀ ବି ସ୍ବୀକାର କରନ୍ତି। ଶ୍ବେତା ଜଣେ ଭଲ ମାଆ ବୋଲି ସେ କହି ସାରିଛନ୍ତି। ତେବେ ନିକଟରେ ଦୀର୍ଘ ୧୩ ବର୍ଷ ପରେ ମୁମ୍ବାଇର ଏକ ହୋଟେଲ୍ରେ ଝିଅକୁ ଭେଟିଛନ୍ତି ରାଜା ଚୌଧୁରୀ। ସେ ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତି, ‘ପଲକ ସେତେବେଳେ ଛୋଟ ଥିଲା। ଏବେ ବଡ଼ ହୋଇଯାଇଛି। ମୁଁ ତା’ ସହ ହ୍ବାଟ୍ସଆପ୍ ଜରିଆରେ ଯୋଗାଯୋଗରେ ଥିଲି। ମୁମ୍ବାଇ କାମରେ ଯାଇ ତାକୁ ଯୋଗାଯୋଗ କରିବାକୁ ସେ ନିଜ ସୁଟିଂ ରିହର୍ସାଲରୁ ସମୟ କାଢ଼ି ମୋତେ ଭେଟିବାକୁ ହୋଟେଲ୍ ଆସିଥିଲା। ଆମ ଦୁହିଁଙ୍କ ମନରେ ପରସ୍ପରଙ୍କ ପ୍ରତି କୌଣସି ଘୃଣା ଭାବ ନାହିଁ। ମୁଁ ଆଜି ବି ମୋ ଝିଅକୁ ସେତିକି ଭଲପାଏ। ଯେଉଁଦିନଗୁଡ଼ିକ ତାକୁ ଭେଟିପାରିନି ତାହା ମୋ ଜୀବନର ଦୁଃଖଦ ଦିନ। ତେବେ ହଁ, ଶ୍ବେତା ମୋ ଝିଅକୁ ବହୁତ ଭଲ ଭାବେ ବଢ଼ାଇଛନ୍ତି। ସେ ଜଣେ ଭଲ ମାଆ।’