ମୁମ୍ବାଇ: ସ୍ୱାମୀ ଅଭିନବ କୋହଲିଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପତ୍ନୀ ଶ୍ୱେତା ତିଓ୍ଵାରୀ। କନ୍ଦିବାଲିସ୍ଥିତ ସମତା ନଗର ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଲେଖାଇ ଶ୍ୱେତା କହିଛନ୍ତି ଯେ ଅଭିନବ ତାଙ୍କ ଉପରେ ଘରୋଇ ହିଂସା କରୁଥିବା ସହ ତାଙ୍କ ଝିଅ ପଲକକୁ ମଧ୍ୟ ମାଡ଼ ମାରିଛନ୍ତି। ପୁଲିସ୍‌ ଷ୍ଟେସନ୍‌କୁ ଶ୍ୱେତାଙ୍କ ସହ ତାଙ୍କ ମାଆ ମଧ୍ୟ ଯାଇଥିଲେ। ଶ୍ୱେତା ଅଭିଯୋଗ ଲେଖାଇବା ବେଳେ ସ୍ୱାମୀଙ୍କ ମନ୍ଦ ଆଚରଣ ବିଷୟରେ କହି କାନ୍ଦି ପକାଇଥିଲେ।

Advertisment

View this post on Instagram

Together we Stand...

A post shared by Abhinav Kohli (@abhinav.kohli024) on

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିନବ ସବୁବେଳେ ମଦ ନିଶାରେ ରହିଥାନ୍ତି। ଶ୍ୱେତା ତିଓ୍ଵାରୀ ଓ ତାଙ୍କ ସ୍ୱାମୀଙ୍କ ଭିତରେ ଭଲ ସଂପର୍କ ନଥିଲା ବୋଲି ପଡ଼ୋଶୀମାନେ କହିଛନ୍ତି।

ଅଭିନବ ଓ ଶ୍ୱେତା ୨୦୧୩ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ୨୦୧୬ ମସିହାରେ ଏକ ଶିଶୁ ପୁତ୍ର ହୋଇଥିଲା। ପୂର୍ବରୁ ଶ୍ୱେତା ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ତାଙ୍କ ପୂର୍ବ ସଂପର୍କ ବି ଘରୋଇ ହିଂସାକୁ ଭିତ୍ତିକରି ଭାଙ୍ଗି ଯାଇଥିବା ସୂଚନା ରହିଛି।