ଜେଲ୍‌ରୁ ଆସିବା ପରେ ଶ୍ୱେତାଙ୍କ ଅଭିଯୋଗକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ସ୍ୱାମୀ ଅଭିନବ କୋହଲୀ

ମୁମ୍ବାଇ : ଗତ ରବିବାର ଘରୋଇ ହିଂସାର ଆରୋପ ଲଗାଇ ନିଜର ଦ୍ୱିତୀୟ ସ୍ୱାମୀ ଅଭିନବଙ୍କୁ ଜେଲ୍‌ ପଠାଇଥିଲେ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ । ଏବେ ଜେଲ୍‌ରୁ ବାହାରିବା ପରେ ସେ ଶ୍ୱେତାଙ୍କ ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏକ ଫିଲ୍ମର ସ୍କ୍ରିନିଙ୍ଗ୍‌କୁ ଯାଇଥିବା ବେଳେ ତାଙ୍କୁ ଏ ନେଇ ପ୍ରଶ୍ନ କରାଯାଇଥିଲା ।

ଏହାର ଉତ୍ତର ରଖି ଅଭିନବ କହିଛନ୍ତି, ଏ ସବୁ ମୋ ପାଇଁ ବହୁତ ବଡ଼ ସମସ୍ୟା। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ଶେଷ ହୋଇନାହିଁ । ମୁଁ ସବୁକିଛି ଠିକ୍‌ କରିବାକୁ ଚେଷ୍ଟା କରୁଛି । ଟିକେ ସମୟ ଲାଗିବ । ଏହା ଆମ ପରିବାରର ବ୍ୟକ୍ତିଗତ ସମସ୍ୟା । ଜେଲ୍‌ରୁ ଆସିବ ପରେ ମୁଁ ଶ୍ୱେତାଙ୍କୁ ମଧ୍ୟ ଭେଟିଥିଲି।

'सबकुछ नॉर्मल होने में वक्त लगेगा'
oneindia.com

ତେବେ ଅଭିନବଙ୍କ ମା’ଙ୍କ କହିବା ଅନୁଯାୟୀ, ଅଭିନବ ଓ ଶ୍ୱେତାଙ୍କ ମଧ୍ୟରେ ଗତ ଦୁଇ ବର୍ଷ ହେଲାଣି କିଛି ଠିକ୍‌ ଚାଲୁ ନଥିଲା । ମୋ ପୁଅ ଆଜି ପର୍ଯ୍ୟନ୍ତ ସବୁ ସମ୍ଭାଳି ଆସୁଥିଲା । ଦୁହିଁଙ୍କ ପୁଅ ଏବେ ଛୋଟ ଥିବାରୁ ଅଭିନବ ଶ୍ୱେତାଙ୍କ ସହ ରହିବାକୁ ଚାହୁଁଥିଲା । ସେ ନିଜ ସନ୍ତାନମାନଙ୍କ ସହ ଗୋଟେ ଛାତ ତଳେ ରହିବା ପାଇଁ ଅନେକ ଚେଷ୍ଟା କରିଥିଲା । କିନ୍ତୁ ସଫଳ ହୋଇ ପାରିଲା ନାହିଁ । ମୋ ପୁଅ ଅନେକ କିଛି ସେମାନଙ୍କ ପାଇଁ କରି ମଧ୍ୟ ସେମାନେ ସବୁ ଭୁଲି ଗଲେ ।

ସମ୍ବନ୍ଧିତ ଖବର