ଶ୍ବେତାଙ୍କ ପାଖରେ କାହିଁକି ଟଙ୍କା ନାହିଁ ? ଅଭିନେତ୍ରୀଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ମିଛ କୁହନି ମମ୍‌ ବୋଲି ଲେଖିଲେ ପଲକ

ମୁମ୍ବାଇ: ଟେଲିଭିଜନ ଦୁନିଆରେ ଶ୍ବେତା ତିୱାରୀ ଜଣେ ବହୁ ପରିଚିତ ଚେହେରା। ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ତାଙ୍କୁ ପ୍ରଶଂସକମାନେ ଅସରନ୍ତି ଭଲପାଇବା ଓଜାଡ଼ି ଦେଇଥାନ୍ତି। ବୃତ୍ତିଗତ ଜୀବନରେ ଶ୍ବେତା ଖୁବ୍ ସଫଳ। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କଲେ ସାମ୍ନାକୁ ଆସନ୍ତି କେବଳ ତାଙ୍କ ଝିଅ ପଲକ।

ତାଙ୍କ ଝିଅ ହିଁ ତାଙ୍କ ଦୁନିଆ କହିଲେ ଚଳେ। ସୋସିଆଲ୍‌ ମିଡିଆରେ ସେ ଅଧିକାଂଶ ସମୟରେ ନିଜ ଝିଅ ପଲକ ସହ ଫଟୋ ଓ ଭିଡିଓ ସେୟାର୍‌ କରି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଏକ ଇନ୍‌ଷ୍ଟା ଭିଡିଓ ସେୟାର୍‌ କରି ତାଙ୍କ ନିକଟରେ ଟଙ୍କା ନ ଥିବାର କାରଣ ସେ ତାଙ୍କ ଝିଅ ପଲକ ବୋଲି କହିଛନ୍ତି।

 

 

View this post on Instagram

 

A post shared by Shweta Tiwari (@shweta.tiwari)

ଭିଡିଓଟିକୁ ସେ ସେୟାର କରି ସେଥିରେ କ୍ୟାପ୍‌ସନ୍ ଦେଇଛନ୍ତି, ‘ଏବେ ଆପଣ ସମସ୍ତେ ଜାଣନ୍ତି’। ଶ୍ବେତ‌ାଙ୍କ ଏହି ଭିଡିଓରେ କମେଣ୍ଟ୍‌ ଦେଇ ପଲକ ଲେଖିଛନ୍ତି, ‘ପ୍ଲିଜ୍‌ ମମ୍‌, ମିଛ କୁୁହନି’।

ସେ ନିକଟରେ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆକୁ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି, ‘ମୁଁ ବିବାହରେ ବିଶ୍ବାସ କରେ ନାହିଁ। ମୁଁ ମୋ ଝିଅ ପଲକକୁ ବି ବିବାହ ନକରିବାକୁ ପରାମର୍ଶ ଦେଉଛି। ଜୀବନ ତା’ର। ମୁଁ ତାକୁ ବାଧ୍ୟ କରିପ‌ାରିବି ନାହିଁ କୌଣସି ବି କଥାରେ। ମାତ୍ର ମୁଁ ତାକୁ ପରାମର୍ଶ ଦିଏ କି ଏହି ମାମଲାରେ ସେ ଟିକେ ଭଲ କରି ଚିନ୍ତା କରୁ ବୋଲି। ଯଦି ଆପଣ କାହା ସହ କୌଣସି ସଂପର୍କରେ ଅଛନ୍ତି ତ ଜରୁରୀ ନୁହେଁ କି ଆପଣ ବିବାହ ହିଁ କରିବେ। ବିନା ବିବାହରେ ବି ଆପଣ ନିଜର ‌ସଂପର୍କକୁ ବଞ୍ଚାଇ ରଖିପାରିବେ।’

ସମ୍ବନ୍ଧିତ ଖବର