ବାବୁସାନ୍, ଅନୁଭବ ଓ ଅରିନ୍ଦମଙ୍କ ନାୟିକା ବନିଛନ୍ତି, ହେଲେ ଶିବାନୀଙ୍କୁ ଏଯାଏ ମିଳିନି ଏହି ନାୟକଙ୍କ ସାଥ୍

ଭୁବନେଶ୍ବର: ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିବା ଶିବାନୀ ଏବେ ନାୟିକା ଭାବେ ଓଲିଉଡରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’ରେ ପ୍ରଥମେ ନାୟିକା ଭାବରେ ନଜର ଆସିଥିବା ଶିବାନୀଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ଏଥିରେ ସେ ବାବୁସାନଙ୍କ ସହ ନଜର ଆସିଥିଲେ। ଏହାପରେ ଶିବାନୀ ଅନୁଭବଙ୍କ ସହ ପ୍ରେମ କୁମାର, ଅରିନ୍ଦମଙ୍କ ସହ ବାବୁ ଭାଇଜାନ୍, ସ୍ବରାଜଙ୍କ ସହ ଦିଲ୍ ମୋର ମାନେନା, କିସମିସ୍ ଏବଂ ବାବୁସାନଙ୍କ ବିପକ୍ଷରେ ବିଦ୍ୟାରାଣ ଆଦି ସିନେମାରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି।

ହେଲେ ଏଯାଏ କୌଣସି ବି ଛବିରେ କେତେଜଣ ଆଗଧାଡ଼ିର ନାୟକଙ୍କ ସହ ନଜର ଆସିନାହାନ୍ତି ଶିବାନୀ। ଏମାନଙ୍କ ମଧ୍ୟରୁ ଜଣେ ହେଲେ ସମ୍ବିତ, ଯିଏକି ପ୍ରାୟ ୧୧ ବର୍ଷ ହେବେ ଓଡ଼ିଆ ଛବିରେ କାମ କରି ଆସୁଛନ୍ତି। ତାଙ୍କୁ ଦର୍ଶକ ନା୍ୟକ ଭାବେ ବି ଭଲପାଇବା ଦେଇଛନ୍ତି। ସେ ପ୍ରେମ୍ ୱେଡ୍ସ ପ୍ରିୟା’ ସିନେମାରୁ ଓଲିଉଡରେ ହିରୋଭାବେ ଡେବ୍ୟୁ କରିଥିଲେ। ଏହାପରେ ସେ ନିୟମିତ ଭାବେ   ସିନେମାରେ ଅଭିନୟ କରି ଆସୁଛନ୍ତି। ସେ ଝିଲିକ୍, ରୀୟା, ପୁନମ୍, କୋଏଲ୍, ସମ୍ଭାବନା, ସସ୍ମିତା ଓ ତମନ୍ନାଙ୍କ ଭଳି ଜଣାଶୁଣା ନାୟିକାଙ୍କ ସହ କାମ କରିଛନ୍ତି।

ଏବେ ବି ସମ୍ବିତଙ୍କ କେତୋଟି ଓଡ଼ିଆ ଛବି ଫ୍ଲୋରରେ ରହିଛି। ହେଲେ ଏଥିମଧ୍ୟରୁ କୌଣସି ଗୋଟିକରେ ନାହାନ୍ତି ଶିବାନୀ। କହିବାକୁ ଗଲେ ଓଲିଉଡର ଏହି ଦୁଇ କଳାକାର ଏଯାଏ ଏକାଠି କାମ କରି ନାହାନ୍ତି। କେବେ ଦର୍ଶକ ବଡ଼ ପରଦାରେ ସମ୍ବିତ- ଶିବାନୀ ଯୋଡ଼ିକୁ ଦେଖିବାକୁ ପାଇବେ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର