ପାଞ୍ଚ ବର୍ଷ ହେବ ଏକାଠି ଆସି ନାହାନ୍ତି ଏ ଦୁଇ ଓଲିଉଡ଼୍‍ ସୁପରଷ୍ଟାର୍‌ !

ଭୁବନେଶ୍ୱର : ଜଣେ ଓଲିଉଡ଼୍‍ର ମେଗାଷ୍ଟାର୍‌ ଓ ଆଉ ଜଣେ ସୁପରଷ୍ଟାର୍‌ । ଉଭୟଙ୍କର ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା ବି କିଛି କମ୍‌ ନୁହେଁ।ଏମାନଙ୍କ ମଧ୍ୟରୁ ଜଣେ ହେଲେ ସିଦ୍ଧାନ୍ତ ମହାପାତ୍ର ଓ ଆର ଜଣକ ହେଲେ ଅନୁଭବ ମହାନ୍ତି।
ଉଭୟ ସିଦ୍ଧାନ୍ତ ଓ ଅନୁଭବଙ୍କୁ ପ୍ରଥମେ ଗୋଟିଏ ସିନେମାରେ ଏକାଠି ଆଣିଥିଲେ ବିଶିଷ୍ଟ ନିର୍ଦ୍ଦେଶକ ପ୍ରଶାନ୍ତ  ନନ୍ଦ। ହଁ ପ୍ରଶାନ୍ତଙ୍କ ନିର୍ଦ୍ଦେଶିତ ‘କାଳୀଶଙ୍କର’ରେ ପ୍ରଥମେ ଏ ଦୁଇ ନାମୀ ଷ୍ଟାର୍‌ ପ୍ରଥମେ ସ୍କ୍ରିନ୍‌ ସେଆର୍‌ କରିଥିଲେ। ଏହାପରେ ସିଦ୍ଧାନ୍ତ ଓ ଅନୁଭବଙ୍କୁ ଏକାଠି ‘ମତେ ତ ଲଭ୍‌ ହେଲାରେ’,‘ଡ଼ନ’,‘ମୋ’ ଦୁନିଆ ତୁ ହି ତୁ’,‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’,‘ଛାତି ଚିରି ଦେଲେ ତୁ’ ଆଦି ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ। ଅବଶ୍ୟ ଏମାନଙ୍କ ଭିତରୁ କେତେବେଳେ ସିଦ୍ଧାନ୍ତ ଖଳନାୟକ ଚରିତ୍ରରେ ନଜର ଆସିଛନ୍ତି,ଆଉ ଅନୁଭବ ନାୟକ ଭୂମିକାରେ।


ହେଲେ ଆପଣ କ’ଣ ଜାଣନ୍ତି କି ଏ ଦୁଇ ନାମୀ ଷ୍ଟାର୍‌ ପ୍ରାୟ ପାଞ୍ଚ ବର୍ଷ ହେବ ଏକାଠି କୌଣସି ଓଡ଼ିଆ ଛବିରେ ନଜର ଆସି ନାହାନ୍ତି। ହଁ, ସିଦ୍ଧାନ୍ତ ଓ ଅନୁଭବଙ୍କୁ ଦର୍ଶକ ଶେଷଥର ପାଇଁ ଇଷ୍ଟର୍ଣ୍ଣ ମିଡ଼ିଆ ଏଣ୍ଟରଟେନମେଣ୍ଟ୍‌ ନିବେଦିତ ତଥା ମଞ୍ଜରୀ ମୁଭିଜ୍‌ ପ୍ରଯୋଜିତ ଫିଲ୍ମ ‘ମୋ’ ଦୁନିଆ ତୁ ହି ତୁ’ରେ ଦେଖିବାକୁ ପାଇଥିଲେ।ଏହା ୨୦୧୩ରେ ମୁକ୍ତିଲାଭ କରିଥିଲା।ଏହି ଲୋକପ୍ରିୟ ଫିଲ୍ମରେ ବର୍ଷା ପ୍ରିୟଦର୍ଶିନୀ ନାୟିକା ଭୂମିକାରେ ଅଭିନୟ କରିଥିଲେ। ସୁଧାକର ବସନ୍ତ ଏହାର ନିର୍ଦ୍ଦେଶନା ଦେଇଥିଲେ ଓ ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଉଭୟ ସିଦ୍ଧାନ୍ତ ଓ ଅନୁଭବଙ୍କୁ ପଜଟିଭ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର