ଭୁବନେଶ୍ବର: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଅଧିକାଂଶ ଆଗଧାଡ଼ିର ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ସେ ପ୍ରଶାନ୍ତ ନନ୍ଦ, ଶିଶିର ମିଶ୍ର, ମହମ୍ମଦ ମହସୀନଙ୍କ ଠରୁ ଆରମ୍ଭ କରି ଏବେକା ପୀଢିର ଅଶୋକ ପତି, ତାପସ ସରଘରିଆ ଓ ସୁଶାନ୍ତ ମଣିଙ୍କ ପରି ଚର୍ଚ୍ଚିତ ନିର୍ଦ୍ଦେଶକଙ୍କ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ଏବେ ଜଣେ ନିର୍ଦ୍ଦେଶକ ଓଲିଉଡରେ ସକ୍ରିୟ ଅଛନ୍ତି, ଯାହାଙ୍କ ସହ ସିଦ୍ଧାନ୍ତ ଏଯାଏ କାମ କରିବାର ସୁଯୋଗ ପାଇନାହାନ୍ତି। ଏହି ନିର୍ଦ୍ଦେଶକ ବି ଏଯାଏଁ ସିଦ୍ଧାନ୍ତଙ୍କୁ ନିର୍ଦ୍ଦେଶନା ଦେବାର ସୌଭାଗ୍ୟ ପ୍ରାପ୍ତ କରିନାହାନ୍ତି।

Advertisment

publive-image
ଏଠାରେ ଯେଉଁ ନିର୍ଦ୍ଦେଶକଙ୍କ କଥା କୁହାଯାଉଛି, ତାଙ୍କ ନାଆଁ ହେଲା ମୃତ୍ୟୁଞ୍ଜୟ ସାହୁ। ସେ ‘ବ୍ୟାଚେଲର୍’ ସିନେମାରୁ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ଇତିମଧ୍ୟରେ ମୃତ୍ୟୁଞ୍ଜୟ ସାହୁ ଓରଫ ବାପି ଯିଏ ଯାହା କହୁ ମୋର ଢ଼ୋ, ଗୋଟେ ଶୁଆ ଗୋଟେ ଶାରୀ, ଛାତି ତଳେ ଡିଙ୍ଗ ଡଙ୍ଗ, ନାୟକର ନାଆଁ ଦେବଦାସ ଆଦି ଓଡ଼ିଆ ଛବି ନିର୍ମାଣ କରିଛନ୍ତି। ଏସବୁ ସିନେମାରେ ମୃତ୍ୟୁଞ୍ଜୟ ସାହୁ ବାବୁସାନ୍, ଅନୁଭବ, ସବ୍ୟସାଚୀ ଓ ସମ୍ବିତଙ୍କ ପରି ନାୟକଙ୍କ ସହ କାମ କରିଛନ୍ତି। ଏବେ ସେ ଜ୍ୟୋତି ଓ ଶୀତଲଙ୍କୁ ନେଇ ଲଭ୍-୪୨୦ ତିଆରି କରୁଛନ୍ତି। କିନ୍ତୁ ଏଥିମଧ୍ୟରୁ କୌଣସି ଗୋଟିକରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିନାହିଁ। ଦେଖାଯାଉ, କେବେ ସିଦ୍ଧାନ୍ତଙ୍କୁ ମୃତ୍ୟୁଞ୍ଜୟ ସାହୁ କେଉଁ ସିନେମାରେ ନିର୍ଦ୍ଦେଶନା ଦେବାର ସୁଯୋଗ ପାଉଛନ୍ତି।