ତିନି ବର୍ଷପରେ ବ୍ରଜରାଜ ମୁଭିଜକୁ ଫେରିଥିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ଓଲିଉଡର ମେଗାଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ରଙ୍କ ପାଖକୁ ଅନେକ ସମୟରେ ନୂଆ ଓଡ଼ିଆ ଛବିର ଅଫର୍‌ ଆସିଥାଏ । ସେ କେବଳ ମନପସନ୍ଦ ଚରିତ୍ର ମିଳିଲେ ହଁ ଭରନ୍ତି ବୋଲି କୁହାଯାଏା ହେଲେ ଏକ ସିନେମା କ୍ଷେତ୍ରରେ କଥାଟା ଟିକେ ଭିନ୍ନ ରୂପ ନେଇଥିଲା । ହଁ ସେ ପ୍ରାୟ ୧୫ ବର୍ଷ ତଳେ ମୁକ୍ତିଲାଭ କରିଥିବା ଏକ ସିନେମା ପାଇଁ ସେ ପ୍ରଥମେ ରାଜି ହୋଇଥିଲେ , କିନ୍ତୁ ପରବର୍ତ୍ତୀ ସମୟରେ ଅଧିକ ପାରିଶ୍ରମିକ ଦାବି କରି ତାହାକୁ ଛାଡ଼ିଥିବାର ଶୁଣିବାକୁ ମିଳିଥିଲା । ଏହି ଓଡ଼ିଆ ଛବିର ଶୀର୍ଷକ ହେଲା ‘ଏ ଯୁଗର କୃଷ୍ଣ ସୁଦାମା’ ।

 

ବ୍ରଜରାଜ ମୁଭିଜ୍‌ ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା କରିଥିଲେ ବିନୟ ନାୟକ ଏବଂ ନିର୍ଦେଶନା ଦେଇଥିଲେ ହର ପଟ୍ଟନାୟକ । ସେତେବେଳେ ସିଦ୍ଧାନ୍ତ ଏହି ସିନେମା ଲାଗି ୨ଲକ୍ଷ ୭୫ ହଜାର ଟଙ୍କାର ପାରିଶ୍ରମିକ ଦାବି କରିଥିବା ପ୍ରଯୋଜକ ମିଡିଆ ଆଗରେ ସୂଚନା ଦେଇଥିଲେ । ଏହାକୁ ନେଇ ପ୍ରଯୋଜନା ସଂସ୍ଥା ବିିରକ୍ତ ହୋଇ ସିଦ୍ଧାନ୍ତଙ୍କୁ ବାଦ୍‌ ଦେଇ ‘ଏ ଯୁଗର କୃଷ୍ଣ ସୁଦାମା’ ନିର୍ମାଣ କରିଥିଲେ । ଏହା ପୂର୍ବରୁ ସିଦ୍ଧାନ୍ତ ବ୍ରଜରାଜ ମୁଭିଜ୍‌ ବ୍ୟାନର୍‌ରେ ନିର୍ମିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’,‘ଯଶୋଦା’, ‘ମନ ରହିଗଲା ତୁମରିଠାରେ’ ଏବଂ ‘ମୋ’ କୋଳ ତୋ’ ଝୁଲଣା’ ଆଦି ସିନେମାରେ ଅଭିନୟ କରିଥିଲେ।

‘ଏ ଯୁଗର କୃଷ୍ଣ ସୁଦାମା’ପରେ ଅବଶ୍ୟ ସିଦ୍ଧାନ୍ତ ଏହି ବ୍ୟାନରର ଅନ୍ୟ ସିନେମା ‘ପ୍ରେମ ଋତୁ ଆସିଲାରେ’ରେ କାମ କରି ବ୍ରଜରାଜ ମୁଭିଜ୍‌କୁ ଫେରିଥିଲେ । ‘ପ୍ରେମ ଋତୁ ଆସିଲାରେ’ ୨୦୦୬ରେ ରିଲିଜ୍‌ ହୋଇଥିଲା। ଅର୍ଥାତ୍‌ ୩ ବର୍ଷପରେ ବ୍ରଜରାଜ ମୁଭିଜ୍‌କୁ ଫେରିଥିଲେ ସିଦ୍ଧାନ୍ତ। ତାପରେ ସେ ଏହି ବ୍ୟାନରର ‘ମୁଁ ତତେ ଲଭ୍‌ କରୁଚି’,‘ଡନ’ ‘143 ଆଇ ଲଭ୍‌ ୟୁ’ ସିନୋରେ କାମ କରିଥିଲେ ।

ସମ୍ବନ୍ଧିତ ଖବର