‘ଆଶିକ୍‌-୩’ରେ କ’ଣ ନଜର ଆସିବେ ଏହି ପୂର୍ବ ପ୍ରେମୀଯୁଗଳ !

ମୁମ୍ବାଇ: ଏବେ ବଲିଉଡରେ ଭଲ ସ୍ଥିତିରେ ନାହାନ୍ତି ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ତାଙ୍କ ଅଭିନୀତ ସିନେମାଗୁଡିକ ଲଗାତାର ଫ୍ଲପ୍‌ ହେଉଛି। ଏଣୁ ସେ ଏବେ କାମ ମାଗିବାକୁ ଜଣେ ପ୍ରଖ୍ୟାତ ନିର୍ମାତାଙ୍କ ପାଖକୁ ଯାଇଥିଲେ ।ଏହି ନିର୍ମାତା ହେଲେ ମୁକେଶ ଭଟ୍ଟ । । ମୁକେଶ ଭଟ୍ଟ ଏବଂ ଭୂଷଣ କୁମାର ଆଲିୟା-ସିଦ୍ଧାର୍ଥଙ୍କୁ ନେଇ ‘ଆଶିକ୍‌-୩’ ନିର୍ମାଣ କରିବେ ବୋଲି ଘୋଷଣା କରିଥଲେ । ହେଲେ ଏଯାଏଁ ତାର କାମ ଆଗେଇ ନାହିଁ କି ଉଭୟଙ୍କୁ ବିଧିବଦ୍ଧଭାବେ ଚୁକ୍ତିବଦ୍ଧ କରାଯାଇନାହିଁ। ଏହାକୁ ନେଇ ସିଦ୍ଧାର୍ଥ ମାଲହୋତ୍ରା ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା କୁହାଯାଉଛି ।

 

ଆଉ ଏକ କଥା ହେଲା ଯେ ଆଲିୟା ଏବେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ପ୍ରେମ ସଂପର୍କରେ ନାହାନ୍ତି। ଉଭୟଙ୍କର ବ୍ରେକ୍‌ ଅପ୍‌ ହୋଇସାରିଛି।ଏଣୁ ଏହି ସିନେମାରେ ଆଲିଆ ସିଦ୍ଧାର୍ଥଙ୍କ ସହ କାମ କରିବେ କି ନା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।


ପୂର୍ବରୁ ବଲିଉଡ଼୍‍ ଅଭିନେତ୍ରୀ ଶ୍ରଦ୍ଧା କପୁର୍‌ଙ୍କୁ ଫିଲ୍ମ ‘ଆଶିକ୍‌-୨’ରେ ଦେଖିବାକୁ ପାଇଥିଲେ ଦର୍ଶକ,ଯାହା ସେତେବେଳ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା ମଧ୍ୟ। ତେବେ ଏନେଇ ଶ୍ରଦ୍ଧା କହିଛନ୍ତି ଯେ,ତାଙ୍କୁ ଲାଗୁଛି କି ଅଭିନେତା ସିଦ୍ଧାର୍ଥ ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟ ‘ଆଶିକ୍‌-୩’ରେ କାମ କରିଲେ ଭଲ ହେବ।

ସମ୍ବନ୍ଧିତ ଖବର