ଘର ଖୋଜୁଛନ୍ତି ସିଦ୍ଧାର୍ଥ ଏବଂ ଜାକ୍‌ଲିନ୍‌ , ଜାଣନ୍ତୁ କାରଣ

ମୁମ୍ବାଇ: ପ୍ରାୟ ବର୍ଷେ ହେବ ବଲିଉଡ଼୍‍ ହିରୋ ସିଦ୍ଧାର୍ଥ ମାଲହୋତ୍ରା ଓ ହିରୋଇନ୍‌ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ପରସ୍ପରକୁ ଡ଼େଟ୍‌ କରୁଛନ୍ତି। ଆଲିଆ ଭଟ୍ଟଙ୍କ ସହିତ ବ୍ରେକ୍‌ଅପ୍‌ ହେବାପରେ ସିଦ୍ଧାର୍ଥ ଜାକଲିନ୍‌ଙ୍କ ସହିତ ପ୍ରେମ ସଂପର୍କ ରଖିଥିଲେ। ଜାକ୍‌ଲିନ୍‌ ହେଉଛନ୍ତି ସିଂହଳୀ ସୁନ୍ଦରୀ।

ତେଣେ ଜାକଲିନ୍‌ ବି ବୟଫ୍ରେଣ୍ଡ୍‌ ସନ୍ଧାନରେ ଥିଲେ। ତା’ ଭିତରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିପକ୍ଷରେ ସେ ଏକ ଫିଲ୍ମ ‘ଜେଣ୍ଟଲମ୍ୟାନ୍‌’ରେ କାମ ବି କରିଲେ। ସେହି ଫିଲ୍ମର ସୁଟିଂ ବେଳେ ସିଦ୍ଧାର୍ଥ ଓ ଜାକଲିନ୍‌ଙ୍କ ଆଫେଆରର ସୁରୁଆତ୍‌ ହୋଇଥିଲା।
ଏବେ ସିଦ୍ଧାର୍ଥ ଓ ଜାକଲିନ୍‌ ଲିଭ ଇନ୍‌ ରିଲେସନ୍‌ରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଦୁହେଁ ଏକ ଫ୍ଲାଟ୍‌ ଖୋଜୁଛନ୍ତି। ଶୁଣିବାକୁ ମିଳୁଛି ଏହି ପ୍ରେମୀ ଯୁଗଳ ସଂପ୍ରତି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଘର ଖୋଜୁଛନ୍ତି। ଏବେ ଏ ଦୁହେଁ ବାନ୍ଦ୍ରାରେ ଦୁଇଟି ଅଲଗା ଅଲଗା ଫ୍ଲାଟ୍‌ରେ ରହୁଛନ୍ତି ।
ସିଦ୍ଧାର୍ଥ ମାଲହୋତ୍ରାଏବେ କାରଗିଲ୍‌ ହିରୋ କ୍ୟାପ୍‌ଟେନ୍‌ ବିକ୍ରମ ବାତ୍ରାଙ୍କ ବାୟୋପିକ୍‌ରେ କମ କରୁଛନ୍ତି। ତେଣେ ଜାକଲିନ୍‌ଙ୍କ ନୂଆ ଫିଲ୍ମ ହେଲା ଆକ୍‌ସନ୍‌ ଥ୍ରିଲର୍‌‘ରେସ୍‌-୩’। ଏଥିରେ ସଲମାନ୍‌ ଖାନ୍‌ ତାଙ୍କର ହିରୋ।

photo-navbharattimes

ସିଦ୍ଧାର୍ଥ ମାଲହୋତ୍ରା କରଣ ଜୋହରଙ୍କ ‘ଦ ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର