ପତ୍ନୀ କିଆରାଙ୍କୁ ଏପରି ସମର୍ଥନ କରୁଛନ୍ତି ସିଦ୍ଧାର୍ଥ ମାଲହୋତ୍ରା

 ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡ୍‌ଭାନି ଗତ ଫେବ୍ରୁଆରି ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନ ଜୟସାଲେମର୍‌ସ୍ଥିତ ସୂର୍ଯ୍ୟଗଡ଼ ପ୍ୟାଲେସରେ ବାହାହେବା ପରେ ହନିମୁନ୍‌ ବି ଯାଇ ଫେରି ସାରିଛନ୍ତି। ଏହି ଦୁଇ ଜଣକ ହେଉଛନ୍ତି ବଲିଉଡ୍‌ର ବଛା ବଛା କେତେ ଜଣ ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ।

ସେମାନଙ୍କ ମଧ୍ୟରେ ଥିବା ଭଲପାଇବା ଅଧିକାଂଶ ସମୟରେ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥାଏ। ଉଭୟ ସିଦ୍ଧାର୍ଥ ଓ କିଆରା ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ ନିକଟରେ ସିଦ୍ଧାର୍ଥ ତାଙ୍କ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରିଛନ୍ତି। ଯାହାକି ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ପୋଷ୍ଟ୍‌ଟି ଦେଖିବା ପରେ ଆପଣ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଜଣେ ‘ପର୍‌ଫେକ୍ଟ ସ୍ବାମୀ’ ବୋଲି କହିବେ।

ନିକଟରେ ସେ ଦୁହେଁ ଜାପାନରୁ ଛୁଟି ମନାଇ ଫେରିଛନ୍ତି। ସେ ସେହି ଛୁଟି ମୁହୂର୍ତ୍ତର କିଛି ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି ସିଦ୍ଧାର୍ଥ।  ପୋଷ୍ଟ୍‌ ହୋଇଥିବା ଫଟୋରେ ସିଦ୍ଧାର୍ଥଙ୍କୁ ବହୁତ ସାରା ସପିଂ ବ୍ୟାଗ୍ ଧରି ଥିବାର ଦେଖିବାକୁ ମିଳିଛି।  ସେ ତାଙ୍କର ଉକ୍ତ ପୋଷ୍ଟ୍‌ରେ କିଆରାଙ୍କୁ ଟ୍ୟାଗ୍‌ କରି ସ୍ବାମୀର କର୍ତ୍ତବ୍ୟ ପୂରା କରୁଛି ବୋଲି ଲେଖିଛନ୍ତି।

ସିଦ୍ଧାର୍ଥ ଓ କିଆରା ଛୁଟି କାଟିବାକୁ ଜାପାନ ଯାଇଥିଲେ। ସେମାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିିଥିଲା। ଫିଲ୍ମ ‘ସେର୍‌ଶାହା’ରୁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ। ବର୍ଷେ କାଳ ସଂପର୍କରେ ରହିବା ପରେ ଦୁହେଁ ବିବାହ ନିଷ୍ପତ୍ତି ନେଇଥିଲେ।

 

ସମ୍ବନ୍ଧିତ ଖବର