ସୁଶାନ୍ତଙ୍କ ସହ ତାଙ୍କ ଫ୍ଲାଟ୍ରେ ରହୁଥିବା ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ସିବିଆଇ ଲଗାତାର ପଚରାଉଚରା କରିଚାଲିଛି। ମଙ୍ଗଳବାର ୧୪ ଘଣ୍ଟା ପଚରାଉଚରା କରିବା ପରେ ଆଜି ପୁଣି ପ୍ରାୟ ୧୩ ଘଣ୍ଟା ଜେରା କରିଛି। ଏଥିସହ ରୋଷେୟା ନିରଜ ଓ ବିଲ୍ଡିଂର ଓ୍ବାଚମ୍ୟାନ୍ଙ୍କୁ ମଧ୍ୟ କଲିନାସ୍ଥିତ ଡିଆରଡିଓ ଗେଷ୍ଟ ହାଉସକୁ ଡାକି ପଚରାଉଚରା କରିଛି ସିବିଆଇ। ଏମାନେ ସମସ୍ତେ ଗତକାଲି ରାତି ପ୍ରାୟ ୧୦ଟା ୪୫ରେ ଗେଷ୍ଟ ହାଉସରୁ ବାହାରିଥିଲେ। ସିବିଆଇ ଖୁବ୍ଶୀଘ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ ସନ୍ଦୀପ ସିଂହଙ୍କୁ ମଧ୍ୟ ପଚରାଉଚରା କରିବ ବୋଲି ଜଣାଯାଇଛି। ସନ୍ଦୀପଙ୍କ କଲ୍ ଡିଟେଲସ୍ ରିପୋର୍ଟରୁ ଖୁଲାସା ହୋଇଛି ଯେ ସେ ସୁଶାନ୍ତଙ୍କ ସହ ଦୀର୍ଘ ଦିନ ଧରି କଥା ହୋଇନଥିଲେ, କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଡାକ୍ତରଖାନାକୁ ନେଇଥିବା ଆମ୍ବୁଲାନ୍ସ ଡ୍ରାଇଭର୍ ଓ ଯାଞ୍ଚ ଅଧିକାରୀ ଭୂଷଣ ବେଲନେକରଙ୍କ ସହିତ କ୍ରମାଗତ ଯୋଗାଯୋଗରେ ଥିଲେ। ଅନ୍ୟପଟେ ସୁଶାନ୍ତଙ୍କ ପରିବାର ଅଭିଯୋଗ ଆଣିଛି ଯେ ପୁଲିସ ଶବ ସଂସ୍କାର ପାଇଁ ଯେତେବେଳେ ୨୦ ଜଣଙ୍କ ତାଲିକା ଦେବା କଥା କହିଥିଲା, ସେତେବେଳେ ସନ୍ଦୀପ ନିଜ ମନରୁ ହିଁ ସେହି ୨୦ଜଣଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ସୁଶାନ୍ତଙ୍କ ପରିବାରକୁ ଏ ସମ୍ପର୍କରେ ଆଦୌ ପଚରା ଯାଇନଥିଲା।
ସିଦ୍ଧାର୍ଥ ପିଠାନୀଙ୍କୁ ସିବିଆଇର ୧୩ ଘଣ୍ଟା ଜେରା
/sambad/media/post_attachments/wp-content/uploads/2020/08/sidharth.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)