ବିଗ୍‌ବସ୍‌-୧୪ ପାଇଁ ସିଦ୍ଧାର୍ଥ ସପ୍ତାହକୁ ନେବେ ୪୦ ଲକ୍ଷ!

ମୁମ୍ବାଇ:  ଟେଲିଭିଜନ୍‌ ରିଅଲିଟି ସୋ’ ବିଗ୍‌ବସ୍‌-୧୪ ପାଇଁ ଗତ ବର୍ଷର ବିଗ୍‌ବସ୍‌ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଫି’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ‘ବିଗ୍‌ବସ୍‌-୧୪’ରେ ମେଣ୍ଟର ଭାବେ ସୋ’ର କିଛି ପୁରୁଣା ପ୍ରତିଯୋଗୀଙ୍କୁ ପୁଣି ଡକା ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ସିଦ୍ଧାର୍ଥ ମଧ୍ୟ ସାମିଲ ଅଛନ୍ତି। ଏକ ରିପୋର୍ଟ ଅନୁସାରେ ସପ୍ତାହ ପିଛା ସିଦ୍ଧାର୍ଥ ୩୫ରୁ ୪୦ ଲକ୍ଷ ଟଙ୍କା ନେବେ ବୋଲି ଜଣାପଡ଼ିଛି। ଯଦିଓ ସୋ’ର ଉପସ୍ଥାପକ ସଲମାନ୍‌ଙ୍କ ଫି’ ତୁଳନାରେ ତାଙ୍କର ଏହି ଫି’ କିଛି ନୁହେଁ, ତେବେ ଟିଭି ଅଭିନେତା ଭାବେ ଏତେ ଟଙ୍କା ପାଇବାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି।

ସମ୍ବନ୍ଧିତ ଖବର