ଭୁବନେଶ୍ୱର: ଓଲିଉଡ୍ର ମେଗାଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ପ୍ରାୟ ୨୭ ବର୍ଷ ହେବ ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ସେ ନିୟମିତ ଭାବେ ଓଡ଼ିଆ ସିନେମାରେ ଅଭିନୟ କରି ଚାଲିଛନ୍ତି। ପ୍ରଥମେ ସେ ନାୟକ ଭୂମିକାରେ ପରଦାକୁ ଆସିଥିଲେ। ସମୟକ୍ରମେ ସେ ଖଳନାୟକ ବି ବନିଛନ୍ତି ପରଦା ଉପରେ ।ହେଲେ ଆଜି ବି ତାଙ୍କୁ ଲିଡ଼୍ରୋଲ୍ ମିଳୁଛି। ଗତବର୍ଷ ଦର୍ଶକ ତାଙ୍କୁ ହିମାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଗଡ଼୍ଫାଦର୍’ରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ। ତା’ ପୂର୍ବ ବର୍ଷ ଅର୍ଥାତ୍ ୨୦୧୬ରେ ବି ଶୁଭାଶିଷ୍ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ରେ ନାୟକ ସାଜିଥିଲେ ସିଦ୍ଧାନ୍ତ।
ତେବେ ଏକଥାକୁ ସ୍ୱୀକାର କରିବାର କିଛି ଅସୁବିଧା ନାହିଁ ଯେ,ବିଗତ କିଛି ବର୍ଷ ହେବ ସେ ଅଧିକ ସଂଖ୍ୟକ ସିନେମାରେ ଚରିତ୍ର ଅଭିନୟରେ ସକ୍ରିୟ ଅଛନ୍ତି।
୨୦୦୧୮ରେ ସେ ବି ଯେତେ ସବୁ ସିନେମାରେ ଦେଖାଦେବେ,ସେଥିମଧ୍ୟରୁ ଅଧିକାଂଶରେ ତାଙ୍କୁ ସେହିଭଳି ଚରିତ୍ର ଅଭିନେତାଭାବେ ଦେଖିବାକୁ ପାଇବେ ଦର୍ଶକ। ଅବଶ୍ୟ ପଜିଟିଭ୍ ପୁଣି କେଉଁଥିରେ ନେଗେଟିଭ୍ ରୋଲରେ ଆସିବେ ସେ ।
ତାଙ୍କର ଏକ ମୁକ୍ତି ପ୍ରତୀକ୍ଷିତ ସିନେମା ହେଲା ‘ବ୍ଲାକ୍ମେଲ୍’ନୂଆ ନିର୍ଦ୍ଦେଶକ ଅମିତ ନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିବ ଏକ ପଜିଟିଭ୍ ରୋଲ୍ରେ। ଏଥିରେ ତାଙ୍କ ଚରିତ୍ରଟି ହେଉଛି ନାୟିକାର ଦାଦା। ଏହି ସିନେମାରେ ଦୁଇଜଣ ନାୟିକା ଅଛନ୍ତି। ସେମାନଙ୍କ ଭିତରୁ ଜଣେ ହେଲେ ‘ଭାଇନା କ’ଣ କଲା ସେ’ ଓ ‘ନିଝୁମ୍ ରାତିର ସାଥୀ’ ଫେମ୍ ତମନ୍ନା ଓ ଆର ଜଣକ ହେଲେ ‘ଭୈରବ’ଫେମ୍ ଆହାନା। ତେବେ ଏ ଦୁହିଁଙ୍କ ମଧ୍ୟରୁ କେଉଁ ନାୟିକାଙ୍କର ଦାଦା ଭୂମିକାରେ ଅଛନ୍ତି ସିଦ୍ଧାନ୍ତ,ତାହା ଜାଣିବାକୁ ହେଲେ ଆପଣଙ୍କୁ ‘ବ୍ଲାକ୍ମେଲ୍’ ରିଲିଜ୍ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଏଠାରେ ସୂଚନାଯୋଗ୍ୟ ଯେ ଏହି ଓଡ଼ିଆ ଛବିରେ ‘ଅ ଆ ହର୍ଷେଇ’ଓ ‘ଟପୋରି’େ ଫମ୍ ଅର୍ଦ୍ଧେନ୍ଦୁ ଅଛନ୍ତି ମେଲ୍ ଲିଡ଼୍ରେ।